Breaking News

ବିଜେଡିର ତୁଙ୍ଗ ନେତା ପ୍ରଦୀପ ମହାରଥୀ ପଞ୍ଚାୟତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଲେ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସିଂହବ୍ରହ୍ମପୁର ଗ୍ରାମ ପଞ୍ଚାୟତରେ ରବିବାର ଦିନ ବିଜେଡି ଦଳର କର୍ମୀ ବୈଠକରେ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥବା ଜଣାପଡିଛି । ଏଥିରେ ପଞ୍ଚାୟତର ଶତାଧିକ ଯୁବକ, ପୁରଷ କର୍ମୀ ମାନେ ଯୋଗଦେଇଥିଲେ  । ବୈଠକରେ ସ୍ଥାନୀୟ ସରପଞ୍ଚ ଭାଗିରଥୀ ପ୍ରଧାନ ସଭାପତିତ୍ୱ କରିଥିଲେ  । ଅତିଥି ଭାବେ ତଥା ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଯୋଗଦେଇ ଉପସ୍ଥିତ ଥିବା ବିଜେଡି ଦଳର କର୍ମୀ ମାନଙ୍କ ସହ ଆଲେଚନା କରିଥିଲେ  । ବିଶେଷ କରି ବିଜେଡି ଦଳ ସମୟରେ ଉକ୍ତ ପଞ୍ଚାୟତରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ନେଇ ସେ ଭୋଟରଙ୍କ ପାଖରେ ପହଞ୍ଚିଭୋଟ ଭିକ୍ଷା ମାଗିବେ ବୋଲି କହିଥିଲେ  । ଆଗାମୀ ଦିନରେ ଉକ୍ତ ପଞ୍ଚାୟତରୁ ଅଧିକ ସଂଖ୍ୟାରେ ଭୋଟ ବିଜେଡି ଦଳକୁ ଯେପରି ଯିବ ସେଥିପ୍ରତି ସମସ୍ତେ ମିଳିମିଶି କାମ କରିବା ପାଇଁ ଶ୍ରୀ ମହାରଥୀ ଆହ୍ୱନ ଦେଇଥିଲେ  । ଶେଷରେ ପଞ୍ଚାୟତର ବିଜେଡିର ଯୁବକର୍ମୀ ସୁଧାକାର ମାର୍ଥା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts