କାଳବୈଶାଖୀ ପବନରେ ଧାନଫସଲ ପୋଡିଗଲା
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମରେ କାଳବୈଶାଖୀ ହୋଇଥିଲା । କିଛି ସମୟ ପରେ ପରେ ଗରମ ପବନ ବୋହିଥିଲା । ଯାହାକି ଲୋକମାନେ ଭୟଭୀତ ହୋଇଯାଇଥିଲେ । ସତରେ ଯେପରି ନିଆଁ କେଉଁଠି ଲାଗିଯାଇଛି । କିଛି ଲୋକମାନେ ଭୟରେ ଘର ଭିତରୁ ବାହାରି ଆସିଥିଲେ । ମାତ୍ର ସେ ଦିନ କିଛି ଜଣାପଡିନଥିଲା । ତା ପରଦିନ ସେହି ପବନ ମାଡରେ ଗ୍ରାମରେ ୨୦ ଜଣ ଚାଷୀଙ୍କର ପ୍ରାୟ ୧୦ ହେକ୍ଟର ଧାନ ଗଛ ସହିତ ଧାନକେଣ୍ଡା ଜଳିକି ଶୁଖି ଯାଇଛି । ଏପରିକି ଧାନ କେଣ୍ଡା ଗୁଡିକ ସବୁ ଶୁଖି ଯିବା ସହ ଅଗାଡି ହୋଇଯାଇଛି । ଏବେ ଚାଷୀ ମାନେ କ’ଣ କରିବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବ୍ୟାଙ୍କ ଋଣ ଆଣି ଧାନ କରିଥିବା ଚାଷୀ ମାନେ କିପରି ବ୍ୟାଙ୍କଋଣ ପରିଷୋଧ କରିବେ ତାହା ଚିନ୍ତାରେ ପଡିଛନ୍ତି । ବିହାରି ସ୍ୱାଇଁ, ବାଇଧର ଜେନା, ଶରତ ସ୍ୱାଇଁ, ଦୀନବନ୍ଦ ୁନାୟକ, ଜଗନ୍ନାଥ ଦାସ, ପବନା ଭୋଳ, ବେନୁ ମେଣ୍ଟପ୍ରମୁଖାଙ୍କର ଧାନ ଫସଲ ନଷ୍ଟ ହୋଇଥିବାର ଜଣାପଡିଛି । ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ କେତକ ଅଞ୍ଚଳକୁ ଗସ୍ତ କରି ଧାନବିଲ ବୁଲିକି ଦେଖିବା ସହ ଏ ସମ୍ପର୍କରେ ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରାଙ୍କ ସହ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ଓ ଶ୍ରୀନନ୍ଦ ଆଲେଚନା କରିଥିବା ଜଣାପଡିଛି । ଅନ୍ୟପକ୍ଷେ କୃଷି ଅଧିକାରୀ ତୁରନ୍ତ ଏ ସର୍ମ୍ପକରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲେଚନା କରି ବିହିତ ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି