Breaking News

ବାସକେଟ ବଲ ଖେଳ ପଡିଆରେ ଘାସ ଉଠିଗଲାଣି

କନ୍ଧମାଳ--- ରାଜ୍ୟ ସରକାର ଶିକ୍ଷା ସହିତ କ୍ରୀଡା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।  ବିଶେଷ କରି ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ମାନଙ୍କୁ ଖେଳ ପ୍ରତି ଆଗ୍ରହ ଜାତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା କରିଛନ୍ତି । ଏପରିକି ଏହି ଅଳ୍ପଦିନ ତଳେ ଗ୍ରାମ ଞ୍ଚଳରେ ଲୁଚି ରହିଯାଉଥବା ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଛି । ସେମାନଙ୍କ ମାଧ୍ୟମରେ କ୍ରିକେଟ, ଭଲିଭଲ ଆଦି ଖେଳ ପ୍ରତି ସମସ୍ତ ଉପକରଣ ପ୍ରଦାନ କରାଯାଇଛି । ସେହିପରି କେ. ନୂଆଗାଁ ବ୍ଳକର ମହାସିଙ୍ଗି  ଗ୍ରାମ ପଞ୍ଚାୟତରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆ ଓ ଖେଳ ସାମଗ୍ରୀ ପ୍ରତି କେହି ନଜର ଦେଉନଥିବା ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ପରିସରରେ ବାସକେଟ ଖେଳ ପଡିଆ ତିଆରି କରାଯାଇଥିଲା  । ଦୁିବର୍ଷ ହେଲା ସେ ପଡିଆରେ ଖେଳ ନ ହେବାରୁ ଘାସ ମାଡି ମାଡି ଯାଉଥିବା ଜଣାପଡିଛି । ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆରେ ଥିବା ବାସକେଟ ଷ୍ଟାଣ୍ଡ ଜଙ୍କ ଲାଗି ଗଲାଣି ।  ଗୋଟିଏ ପଟ ଭାଙ୍ଗି ମଧ୍ୟ ଗଲାଣି  ।  ରାଜ୍ୟ ସରକାର ଏହିପରି ବିଭିନ୍ନ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ  । ଏବେ ସେ ଗୁଡିକ ନଷ୍ଟ ହେବାକୁ ବସିଲାଣି  । ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ଦିଗପ୍ରତି ନଜର ଦେବା ଦରକାର ବୋଲି ଅବିଭାବକ ମାନେ କହନ୍ତି  ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts