ସତ୍ୟବାଦୀ କଂଗ୍ରେସ ପାର୍ଥୀ ପ୍ରସାଦ ହରିଚନ୍ଦନ ପ୍ରାର୍ଥୀପତ୍ର ଦାଖଲ କଲେ
ସାକ୍ଷୀଗୋପାଳ ----ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାନସଭା କଂଗ୍ରେସ ଦଳର ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ପୁବାହ୍ନରେ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ହଜାର ହଜାର କର୍ମୀ ମାନଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ତାଙ୍କ ସାଙ୍ଗରେ ପୁରୀ ଲେକସଭା ପ୍ରାର୍ଥୀ ତଥା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ବ୍ଳକର ପୁର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ସତ୍ୟବାଦୀ ବଜାର କମିଟର ସଭାପତି ବୀରେନ୍ଦ୍ର ଭୂଷଣ ହୋତାଙ୍କ ସହିତ ଦେବ ଲୋଭାନ, ମୁଳ ଅଳସାର ର୍ପୂବତନ ସରପଞ୍ଚ ଶଙ୍କର ପ୍ରଧାନ, ଦେବାଶିଷ ମିଶ୍ର ଓ ବିଭିନ୍ନ ପଞ୍ଚାୟତର ପୂର୍ବତନ ସରପଞ୍ଚ , ସମିତିସ୍ୟଭସ୍ୟା ପ୍ରମୁଖ ତାଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ବକୁଳବନ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ବଜାର ଦେଇ ପୁରୀ ଅଭିମୁଖେ ଯାଇଥିଲା । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଛକ ମାନଙ୍କରେ ପ୍ରସାଦ ହରିଚନ୍ଦନଙ୍କୁ ଫୁଲମାଲ ଦେଇ ସ୍ୱାଗତ କରିଥିବାର ଦେଖାଯାଇଥିଲା । ତାଙ୍କ ପ୍ରତି ସତ୍ୟବାଦୀ ଅଞ୍ଚଳରେ ଜନସମର୍ଥନ ଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି