ଆଜି ବାରୁଣୀ ସ୍ନାନ ; ଠାକୁରଙ୍କ ଆଗମନକୁ ଅପେକ୍ଷା
ସାକ୍ଷୀଗୋପାଳ ---- ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀରେ ବୁଧବାର ଦିନ ବାରୁଣୀ ସ୍ନାନ । ଏହି ଅବସରରେ ପୁରୀ ଜିଲ୍ଲା ଭାର୍ଗବୀ ନଦୀର ବଳପୁର- ସୁଆଣ୍ଡୋ ସ୍ଥିତଭୃଗୁ ଘାଟରେ ଚତୁଃଶମ୍ଭୁଙ୍କ ମହା ମିଳନ ଅନୁଷ୍ଠିତ ହେବ । ହଜାର ଜହାର ଭକ୍ତ ମାନେ ଏଠାରେ ବୁଡ ପକାଇବେ । ଏଥିପାଇଁ ତୀର୍ଥ ପଡିଆ, ଠାକୁରଙ୍କ ଆଗମନକୁ ତୀର୍ଥ ମଣ୍ଡପ, ପୁଣ୍ୟତୋୟା ଭାର୍ଗବୀ ନଦୀ ଓ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଛନ୍ତି । ବରାଳର ବାଲୁଙ୍କେଶ୍ୱର, ବଳପୁରର ବାଲୁଙ୍କେଶ୍ୱର, ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନରେ ବିଜେ କରି ଘଣ୍ଟ, କାହାଳି, ଛତି, ତ୍ରାସ, ବୈରଖସହ ବାଜାବାଜି ସଲଟଣରେ ତୀର୍ଥସ୍ଥଳୀ କୁ ବିଜେ କରିବେ । ବର୍ଷକୁ ଥରେ ଭାର୍ଗବୀ ନଦୀର ଉଭୟପାଶ୍ୱର୍ରେ ଚତୁଃଶ୍ୱମ୍ଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଭକ୍ତ ମାନଙ୍କୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଟ୍ରାଫିକ ନିୟନ୍ତଣ ଓଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ସତ୍ୟବାଦୀ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି