ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ
ସାକ୍ଷୀଗୋପାଳ ----ତିନିଦିନ ଧରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦ୍ଯାପିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ୧୬ ଟି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ତାଲିମ ଶିବିରରେ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଛାତ୍ରୀ ମାନଙ୍କୁ ବିପଦ ସମୟରେ ନିଜର ଆତ୍ମରକ୍ଷା କୌଶଳ ପ୍ରୟୋଗ କରି ନିଜକୁ ରକ୍ଷା କରାଯାଇ ପାରିବ ବୋଲି ଅତିଥି ମାନେ ପ୍ରେରଣା ଦେଇଥିଲେ । ପୁଷ୍ପାଞ୍ଜଳି ଜେନା, ଲକ୍ଷ୍ମୀପିୟା ନାଥ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନୁଷ୍ଠିତ ଉଦ୍ଯାପିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସତ୍ୟବାଦୀ ଦାସ, ପ୍ରଶାନ୍ତ ତ୍ରିପାଠୀ, ଦାମଦର ମିଶ୍ର ଓ ଫକୀର ବରାଳ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି