Breaking News

ମା ଉତ୍ତରାୟଣୀ ଶୀତଳଭଣ୍ଡାର ଆଜି ଆଳୁ ରହିଲା

ସାକ୍ଷୀଗୋପାଳ --- ସାତଶଙ୍ଖ ସ୍ଥିତ ମା ଉତ୍ତରାୟଣୀ ଶୀତଳ ଭଣ୍ଡ।।ର ଆଜି ଆଳୁ ରଖାଯିବା ଆରମ୍ଭ ହୋଇଛି । ପିପିଲି ବ୍ଳକ ଆତ୍ମାର ସଭାପତି ଧରିଣୀଧର ସାହୁ ମା ଉତ୍ତରାୟଣୀଙ୍କୁ ପୂଜା କରି ତାଙ୍କ ଠାରୁ ଆଜ୍ଞା ମାଳ ଆଣିବା ସହ ଶୀତଳ ଭଣ୍ଡାରେ ଧୁପ, ଦୀପ, ସିନ୍ଦୁର ଦେଇ ନଡିଆ ବାଡେଇ ଶୀତଳଭଣ୍ଡାରରେ ଆଳୁ ରଖିବାର ଶୁଭାରମ୍ଭ କରିଥିଲେ  । ୭ ତାରିଖ ଠାରୁ  ଚାଷୀ ମାନଙ୍କ ଠାରୁ ଆଳୁ ସଂଗ୍ରହ କରାଯାଇଛି । ବିଶେଷ କରି ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ ଆଦି ବ୍ଳକର ଆଳୁ ଚାଷୀ ମାନେ ଉତ୍ତରାୟଣୀ ଶୀତଳ ଭଣ୍ଡାରରେ  ଆଳୁ ରଖିବା ପାଇଁ  ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ୪ହଜାର ଆଳୁବସ୍ତା ଚାଷୀ ମାନେ ରଖିବା ପାଇଁ ଜିମା ଦେଇଛନ୍ତି । ପ୍ରତିବର୍ଷା ପ୍ରତି ୧ଶହ ଟଙ୍କା ରଖାଯାଇଥବା ଜଣାପଡିଛି । ମା ଉତ୍ତରାୟଣୀ ଶୀତଳ ଭଣ୍ଡାରର ହିସାବ ନିରୀକ୍ଷକ ନନ୍ଦ କିଶୋର ମିଶ୍ର ସମସ୍ତ ଆଳୁ ଚାଷୀ ମାନେ ତୁରନ୍ତ ଆଳୁ ରଖିବା ପାଇଁ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts