ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କଲା; ଜନ ଜାଗୃତି ସଂଗଠନ
ଅତାବିରା--- ଝାରୁୁସୁୁୁଗୁୁଡାର ଜିଲ୍ଲାର କଣ୍ଡେଇ କେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୧୯ ଖଣ୍ଡ ମୌଜାର ଜନ ଜାଗୃତି ସଂଗଠନ ପକ୍ଷରୁ ଉତ୍କଳ ଦିବସ କଳାଦିବସ ରୁପେ ପାଳନ କରିଥିଲେ । ଏଥିରେ ୧୯ ଖଣ୍ଡ ମୌଜାର ବିଭିନ୍ନ ଗ୍ରାମରୁ ତଥା ଜନ ଜାଗୃତି ସଂଗଠନର କାର୍ଯ୍ୟକର୍ତ୍ତା ମାନେ ବହୁ ସଂଖ୍ୟାର ସାମିଲ ହୋଇଥବାର ଦେଖାଯାଇଥିଲା । ଗଡଜାତ ମିଶ୍ରଣ ପରେ ଦୀର୍ଘ ବର୍ଷ ପରେ ମଧ୍ୟ ଅଞ୍ଚଳର ବିକାଶ କରିବା ପରିବର୍ତ୍ତେ ଅଞ୍ଚଳ ନିମ୍ନଗାମୀ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଓ ଜନପ୍ରତିନିଧି ରାଜନୈତିକ ନେତା ମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ସଙ୍ଗେ ରାଜ୍ୟ ସକରାରଙ୍କୁ ନିନ୍ଦା କରାଯାଇଛି । ଏହି ଅଞ୍ଚଳରେ ଏକ କଲେଜ, ମହାନଦୀ ଠାରେ ଏକ ବ୍ୟାରେଜ, ସ୍ଥାନୀୟ ଏନଟିପିସି ରେ ସ୍ଥାନୀୟ ବେକାର ଯୁବକ , ଯୁବତୀ ମାନଙ୍କୁ ନିଯୁକ୍ତି ଏବଂ ଚାଣ୍ଟି ପାଲିଠାରେ ୧୦୦ ଶର୍ଯ୍ୟା ବିଶିଷ୍ଠ ଡାକ୍ତରଖାନା ସହ ଡାକ୍ତର ନିଯୁକ୍ତି ଆଦି ଦାବୀକରାଯାଇଛି । ଦାବୀ ଗୁଡିକ ଯଦି ପୁରଣ ନ ହୁଏ ତା ହେଲେ ଆମକୁ ଛତିଶଗଡରେ ମିଶାଇ ଦେବା ପାଇଁ ଦାବି କରାଯାଇଛି । ଏଥିରେ ଜନ ଜାଗୃତି ସଂଗଠନର ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଛବିଲାଲ ସା, ଉପସଭାପତିକାହ୍ନୁ ପ୍ରଧାନ, ସଂଯୋଜକ ଜଗବଂଧ୍ୁ ସା, ଅଶୋକ ମାଝିଙ୍କ ସହିତ ଅନ୍ୟମାନେ ଶ୍ୟାମ ସୁନ୍ଦର ସା, ନରେଶ ବାରିକ ମୋହିତ ପୁଟା, ବିପିନ ବାରିକ, ସନ୍ୟାସି ଭୋଇ, ସଂଜୟ ମିଶ୍ର, ଜଗନିଶ ମହାପାତ୍ରଙ୍କ ସହିତ ଅଞ୍ଚଳର ବହୁ ସଂଗ୍ରାମୀ ବଂଧୁମାନେ ଯୋଗଦେଇଥିଲେ ।
ବରଗଡରୁ ନବୀନ ଦାଶ
