Breaking News

ଓଡିଶା ରାଜ୍ଯ ଦର୍ଜି ସଂଘର ଉପସଭାପତିଙ୍କର ପରଲୋକ


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ହୁମର ଗ୍ରାମର ପ୍ରମୋଦ ପଟ୍ଟନାୟକ (୫୬)ଙ୍କର ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି ।  ଓଡିଶା ରାଜ୍ୟ ଦର୍ଜି ମହାସଂଘର ଉପସଭାପତି ଭାବେ ସେ ରହି ଦର୍ଜି ମାନଙ୍କର ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ଦ୍ୟମ ଜାରି ରଖିଥଲେ । ବୁଧବାର  ତାଙ୍କର ଅମର ଅତ୍ମାର ସଦ୍ଗତି ନିମନ୍ତେ ଡେଲାଙ୍ଗ ଷ୍ଟେସନ ବଜାର ବନ୍ଦ କରାଯିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ କମ୍ରେଡ ରଘୁନାଥ ଦାଶଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ କୌଶର ଅଲ୍ଲୀ,ଡମ୍ବୁରଧର ଦାଶ, ପ୍ରଭାକର ଦାସ, ପ୍ରଫୁଲ ବିଶ୍ୱାଳ, ଦୁର୍ଯ୍ୟେଧନ ସାହୁ, ଶ୍ୟାମସୁନ୍ଦର ବରାଳ ଓ ବେଣୁ ପ୍ରଧାନ ପ୍ରମୁଖ ସ୍ମୃତି ଚାରଣ ସଭାରେ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

 

Blog Archive

Popular Posts