କାଳିଆ ଯୋଜନାରେ ସାମିଲ ହେବା ପାଇଁ ଭିଡ
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ କାଳିଆ ଯୋଜନାରେ ସାମିଲ ପାଇଁ ଭିଡ । ୪୩୧ ଜଣ ଚାଷୀ ରାଜ୍ୟ ସକରାରଙ୍କ କାଳିଆ ଯୋଜନାରେ ସାମିଲ ହେବାପାଇଁ ଆବେଦନ କରିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଚାଷୀ ତାଲିକାରେ ପଞ୍ଚାୟତର ବହୁତ ଚାଷୀ ବାଦ ପଡିଥିଲେ । କୌଣସି ଚାଷୀ ଏହି ଯୋଜନାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ନଜର କରି ସରକାରଙ୍କ ପକ୍ଷରୁ ଫର୍ମ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ରୋଜାଲିନ ଖୁଣ୍ଡିଆ, କୃଷକ ସାଥୀ ମନମୋହନ ମହାପାତ୍ର ଓ ଉନ୍ଦ୍ରମଣି ଜେନା ରହିଥିବା ବେଳେ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ସରପଞ୍ଚ ଦୁଷନ୍ତ ପ୍ରଧାନ ସେଠାରେ ଉପସ୍ଥିତ ରହି ଚାଷୀ ମାନଙ୍କୁ ଫର୍ମ ପକାଇବାରେ ସହଯୋଗ କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି