ପିଠା କାର୍ଯ୍ଯକ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ପଞ୍ଚାଯତ ପ୍ରଥମ ସ୍ଥାନ ଅଧିକାର
କନ୍ଧମାଳ --- କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକର ସଲାଗୁଡା ଗ୍ରାମ ପଞ୍ଚାୟତ , ଚକାପଡା ବ୍ଳକର ଶଙ୍କରଖୋଲ ଗ୍ରାମ ପଞ୍ଚାୟତ, ଦାରିଙ୍ଗିବାଡି ଗ୍ରାମ ପଞ୍ଚାୟତର ତିଲୋରି ଗ୍ରାମ ପଞ୍ଚାୟତ, ଜି. ଉଦୟଗିରି ବ୍ଳକର ତଳରିମାହା ଗ୍ରାମ ପଞ୍ଚାୟତ, କେ. ନୂଆଗାଁ ବ୍ଳକର ସରଣଗଡ ଗ୍ରାମ ପଞ୍ଚାୟତ, କୋଠଗଡ ବ୍ଳକର କୋଠଗଡ ଗ୍ରାମ ପଞ୍ଚାୟତ, ଫୁଲବାଣୀ ବ୍ଳକର ଦାଦଖାଇ ପଞ୍ଚାୟତ, ରାୟକିୟା ବ୍ଳକର ମାଣିକେଶ୍ୱର ପଞ୍ଚାୟତ, ଟିକାବାଲି ବ୍ଳକର କେନଛର ପଞ୍ଚାୟତ ଓ ତୁମୁଦିକନ୍ଦ ବ୍ଳକର ବେଲଘର ଗ୍ରାମ ପଞ୍ଚାୟତ ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଟଙ୍କା ରାଶି ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଜାନୁୟାରୀ ମାସ ୨୬ ତାରିକ ଜିଲ୍ଲା ସାଧାରଣତନ୍ତ୍ର ଦିବସରେ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ଅର୍ଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଓଡିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ- ୫୪୬, ୧୭ ଏସଏଫସି-୨୧ ଯୋଜନା- ୯୦୨୨/୨୦୧୮ ତା ୮/୧/୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅର୍ଥକୁ ପଞ୍ଚାୟତର ଉନ୍ନତି ପାଇଁ ମହିଳା ମିଶନ ଶକ୍ତି ଗୃହ, ପାଠଗାର, ଗାଧୁଆତୁଟ ସହିତ ଲୁଗା ବଦଳାଇବା ଗୃହ, କମ୍ୟୁନିଟ ସେଣ୍ଟର ଓ ଗୋଠଘର ରେ ଏହି ଅର୍ଥ ଖର୍ଚ୍ଚ କରି ପାରିବେ ବୋଲି ସରକାରଙ୍କ ନିୟମ ଥିବାର ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା