Breaking News

ଆତ୍ମା ପକ୍ଷରୁ ଚଷୀଙ୍କୁ ସୂର୍ଯ୍ଯମୁଖୀ ଚାଷ ପାଇଁ ମଞ୍ଜି ବଣ୍ଟନ

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଆତ୍ନା ପକ୍ଷରୁ ଗୁରୁବାର ଦିନ କାର୍ଯ୍ୟାଳୟ ପରିସରରେ ଚାଷୀ ମାନଙ୍କୁ ସୂର୍ଯ୍ୟମୁଖୀ ଚାଷ ପାଇଁ ବିନା ଅର୍ଥରେ ମଞ୍ଜି ପ୍ରଦାନ କରାଯାଇଛି । ରାଜ୍ୟ ସରକାର ତୈଳ୍ୟ ଉତ୍ପାଦନ ସହିତ  ସୂର୍ଯ୍ୟମୁଖୀ ଚାଷ କରି ଲାଭବାନ ହୋଇପାରିବେ । ସତ୍ୟବାଦୀ ବ୍ଳକକୁ ୬୦ ପ୍ୟାକେଟ ମଞ୍ଜି ଆସିଛି । ପ୍ରଥମ ଦିନରେ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମର ପ୍ରଭାକର ବରାଳ ଓ ପ୍ରଦୀପ କୁମାର ପ୍ରଧାନଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ମଞ୍ଜି ପ୍ରଦାନ କରାଯାଇଛି । ଏହି ମଞ୍ଜି ବଣ୍ଟନ ସମୟରେ ଆତ୍ନାର ଅଧ୍ୟକ୍ଷ ବେବିଲାଲା ମିଶ୍ର, ବି.ଟିଏମ ସୋଲେଶ କୁମାର ଦାଶ ଓ କୃଷି ସହକାରୀ ଅଧିକାରୀ ହୃଦାନନ୍ଦ ସମାନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts