ସ୍କୁଟି ଧକ୍କାରେ ବୃଦ୍ଧଙ୍କର ମୃତ
ସାକ୍ଷୀଗୋପାଳ -----ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ-୩୧୬ର ସତ୍ୟବାଦୀ ବ୍ଳକ ଛକରେ ଏକ ସ୍କୁଟି ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବ୍ଳକ ଛକ ନିକଟ ଦଳିତବସ୍ତିର ସପନା ବେହେରା( ୬୨) ସେ ରାସ୍ତା ପାର ହୋଇ ଘରକୁ ଯାଉଥିବା ସମୟରେ ଭୁବନେଶ୍ୱର ଆଡ ଆସୁଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସପନାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମାଡ କରିଥିବା ସ୍କୁଟି ଚାଳକ ଜଣଙ୍କ ଚନ୍ଦନପୁର ଥାନା ଅନ୍ତର୍ଗତ କଞ୍ଚି ଗ୍ରାମର ବୋଲି ଜଣାପଡିଛି । ଗାଡିଟି ନମ୍ବର ହୋଇନଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଛି । ଦୁର୍ଘଟଣା ଗସ୍ତ ଗାଡିକୁ ପୋଲିସ ଜବତ କରିଥିବା ଜଣାପଡିଛି । ଗାଡି ଚାଳକ ଜଣଙ୍କ ଆହତ ହୋଇ ମେଡିକାଲରେ ଚିକିତ୍ସା ହେବା ପରେ ପୋଲିସ ହେପାଜତରେ ରହିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତୋଜନା ଲାଗି ରହିଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ଓ ଯୁବ ସଂଗଠକ ଦୀପକ କୁମାର ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି