Breaking News

ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ପିଠା କାର୍ଯ୍ଯକ୍ରମରେ ପ୍ରଥମ ସ୍ଥାନ ଅଧିକାର


ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଟଙ୍କା ରାଶି ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଜାନୁୟାରୀ ମାସ ୨୬ ତାରିକ ଜିଲ୍ଲା ସାଧାରଣତନ୍ତ୍ର ଦିବସରେ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ଅର୍ଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଓଡିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ- ୫୪୬, ୧୭ ଏସଏଫସି-୨୧ ଯୋଜନା- ୯୦୨୨/୨୦୧୮ ତା ୮/୧/୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଛି ।   ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଓ ଗ୍ରାମ ପଞ୍ଚାୟତବାସୀଙ୍କୁ   ବ୍ଳକ ଅଧ୍ୟକ୍ଷା ତଥା ଉକ୍ତ ପଞ୍ଚାୟତର ସମିତିସଭ୍ୟା ସସ୍ମିତା ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।  ଏହି ଅର୍ଥକୁ ପଞ୍ଚାୟତର ଉନ୍ନତି ପାଇଁ ମହିଳା ମିଶନ ଶକ୍ତି ଗୃହ, ପାଠଗାର, ଗାଧୁଆତୁଟ ସହିତ ଲୁଗା ବଦଳାଇବା ଗୃହ, କମ୍ୟୁନିଟ ସେଣ୍ଟର ଓ ଗୋଠଘର ରେ ଏହି ଅର୍ଥ ଖର୍ଚ୍ଚ କରି ପାରିବେ ବୋଲି ସରକାରଙ୍କ ନିୟମ ଥିବାର ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts