ପିଠା କାର୍ଯ୍ୟକ୍ରମରେ ପିପିଲି ବ୍ଳକର ତେଇଶିପୁର ଗ୍ରାମ ପଞ୍ଚାୟତ ପ୍ରଥମ
ପିପିଲି --- ପୁରୀ ଜିଲ୍ଲାର ପିପିଲି ବ୍ଳକର ତେଇଶିପୁର ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଟଙ୍କା ରାଶି ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଓଡିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ- ୫୪୬, ୧୭ ଏସଏଫସି-୨୧ ଯୋଜନା- ୯୦୨୨/୨୦୧୮ ତା ୮/୧/୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଯେଉଁପରି ଭାବରେ ଜନସଚେତନତା ପାଲା, ଚଇତିଘୋଡା ନାଚ, ସଂକୀର୍ତ୍ତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଯୋଜନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ଦ୍ୟମ ଓ ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନୀ କରାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ହଜାରରୁ ଅଧିକ ମହିଳା ପୁରୁଷ ଯୋଜଦେଇଥିଲେ । ଉକ୍ତ ପଞ୍ଚାୟତର ସମିତିସଭ୍ୟ ଧରଣୀ ଧରସାହୁ ଓ ସରପଞ୍ଚ ନରେନ୍ଦ୍ର ଦାସ ଓ ତେଇଶିପୁର ମହିଳା ସଂଘର ସମ୍ପାଦିକା ଉମାମଣି ରଥ ଓ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ପୂର୍ବତନ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଓ ଗ୍ରାମ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜାନୁୟାରୀ ମାସ ୨୬ ତାରିକ ଜିଲ୍ଲା ସାଧାରଣତନ୍ତ୍ର ଦିବସରେ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ଅର୍ଥ ଗ୍ରହଣ କରିବେ । ଏହି ଅର୍ଥକୁ ପଞ୍ଚାୟତର ଉନ୍ନତି ପାଇଁ ମହିଳା ମିଶନ ଶକ୍ତି ଗୃହ, ପାଠଗାର, ଗାଧୁଆତୁଟ ସହିତ ଲୁଗା ବଦଳାଇବା ଗୃହ, କମ୍ୟୁନିଟ ସେଣ୍ଟର ଓ ଗୋଠଘର ରେ ଏହି ଅର୍ଥ ଖର୍ଚ୍ଚ କରି ପାରିବେ ବୋଲି ସରକାରଙ୍କ ନିୟମ ଥିବାର ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର