Breaking News

ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ଅଭିନନ୍ଦନ ବ୍ଯାନର ଚୋରୀ; ଥାନାରେ ଅଭିଯୋଗ


ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ତଥା ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ  ବ୍ୟାନର ଚୋରୀ କରାଯାଉଛି ବୋଲି ସେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବସଷ୍ଟାଣ୍ଡ ନିକଟ ତଥା ଡାକ୍ତରଖାନା କ୍ୱାଟର ପରିସରରେ ସମସ୍ତ ଦଳୀୟ ଓ ବ୍ୟକ୍ତି ବିଶେଷ ମାନଙ୍କର ଅଭିନନ୍ଦନ ବ୍ୟାନର ବା ହୋଡିଙ୍ଗି ଲାଗିଥିଲା । ସେଥି ମଧ୍ୟରୁ ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ରଙ୍କ ସହ ପୁରୀ ଜଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଓ ବିଜୁ ଜନତା ଦଳର ନେତା ମାନଙ୍କର ଫଟୋ ଉକ୍ତ ବ୍ୟାନରରେ ରହିଥିଲା । ଏହାକୁ ସହି ନପାରି କେତେକ ଦୁବୁର୍ତ୍ତ ବ୍ୟାନର ଚୋରୀ କରି ନେଇଥବା ଜଣାପଡିଛି । ସେହିପରି ଉକ୍ତ ଯାଗାରେ ସବୁ ଦଳୀୟ ନେତା ଓ ବ୍ୟକ୍ତି ବିଶେଷଙ୍କର ବ୍ୟାନର ରହିଥିବା ବେଳେ ସରପଞ୍ଚ ଶ୍ରୀ ମହାପାତ୍ରଙ୍କ ବ୍ୟାନର  ଚୋରୀ କରାଯାଉଛି ବୋଲି ଥାନାରେ ଶ୍ରୀ ମହାପାତ୍ର ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ନିର୍ବାଚନ ଆଗରୁ ଭୋକ ବିକଳରେ ତାଟିଆ କାମୁଡା ନୀତିକୁ ସତ୍ୟବାଦୀ ଅଞ୍ଚଳର ବୁଦ୍ଧିଜିବୀ ମାନେ ନାପସନ୍ଦ କରିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts