Breaking News

ଟ୍ରେନ ଧକ୍କାରେ ଅଚିହ୍ନା ଯୁବକଙ୍କର ମୃତ


ଚନ୍ଦନପୁର----  ବୀରପ୍ରତାପପୁର ପଞ୍ଚାୟତର ଦାଣ୍ଡସାହି ଭୂତଳ ପୋଲ ରେଳ ଧାରଣା ପାଶ୍ୱର୍ରେ ଅଚିହ୍ନା ଯୁବକ ମୃତ ଶରୀର ପଡିଥିବାର ଦେଖାଯାଇଥିଲା । ଟ୍ରେନ ଆସିବା ସମୟରେ ଯୁବକ ଜଣକ ରେଳ ଧାରଣା କରରେ ଯାଉଥିବା ବେଳେ,ଟ୍ରେନ ଧକ୍କା ଦେବାରୁ ରେଳ ଧାରଣା କଡରେ ପଡିଯାଇଥିଲା ।  ଘଟଣା ସ୍ଥଳରେ ଯୁବକର ମୃତ୍ଯୁ ହୋଇଥିଲା । ଯୁବକର ପରିଚୟ ମିଳି ପାରି ନାହିଁ । ଯୁବକର ବୟସ ପାୟ ୩୫ ହେବ  । ୫ଫୁଟ ୩ଉଚ୍ଚତା ହୋଇଥିା ବେଳେ ରଙ୍ଗ ଶ୍ୟାମଳ , ଲମ୍ବା କେଶ, ଆକାଶିଆ ରଙ୍ଗର ଫୁଲ ପ୍ୟାଣ୍ଟ ଓ ସାଟ ପିନ୍ଦିଛି । ଘଟଣା ସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତ ଯୁବକଙ୍କର ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଛନ୍ତି । ଶବ ଚିହ୍ନଟ ପାଇଁ ଶବ ସଂରକ୍ଷିତ ଗୃହରେ ରଖାଯାଇଥିବା ଜିଆରିପି ପୋଲିସଙ୍କ ଠାରୁ ଜଣାପଡିଛି । 

ଧୀରେନ୍ଦ୍ର ସେନାପତି 

Blog Archive

Popular Posts