ନାବାଳିକାକୁ ବିବାହ କରିବା ପାଇଁ ବାଧ୍ଯକରି ଜେଲଗଲେ ବାବା
ସାକ୍ଷୀଗୋପାଳ---ସତ୍ୟବାଦୀ ଓ ଆଖ ପାଖ ଅଞ୍ଚଳରେ ସୁପର ଚାଣକ୍ୟ ବାବା ଭାବରେ ପରିଚିତ ବାବା ଏବେ ଜେଲରେ । ଯେ କୌଣସି ସଭା, ସମିତି, ଧାରଣା ଓ ଆନ୍ଦୋଳନ, ଭୋଜି ଭାତ ହେଲେ ଆଗ ଧାଡିରେ ବାବା ଚାଣକ୍ୟଙ୍କୁ ଦେଖିବାକୁ ମିଳିଥାଏ । ସତ୍ୟବାଦୀ ଥାନା ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିବା ନ କଲେ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ବାବା ଗିରଫ ହୋଇଛନ୍ତି । ବାବାଙ୍କ ନାମ ରବି ସେଠୀ/ ଭୈରବ ସେଠୀ ଓରପ ସୁପର ଚାଣକ୍ୟ ବାବା । ପୋଲିସ ସୁତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ବାବର ଚାଣକ୍ୟ ନାବାଳିକାଙ୍କ ଘରକୁ ଯାଇ ବିବାହ କରିବାକୁ ଷ୍ଟାମ୍ପପେପର ଆଣିଥିବା ଦେଖାଇଥିଲେ । ଏହା ଦେଖି ନାବାଳିକା ଜଣଙ୍କ ଭୟଭୀତ ହୋଇ ମାଙ୍କୁ ବାବାଙ୍କ ଆଶାଳୀନ ବ୍ୟବହାର କଥା ଜଣାଇଥିଲେ । ନାବାଳିକାଙ୍କ ମାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ବାବା ଚାଣକ୍ୟଙ୍କୁ ଗିରଫ କରି ଆଜି ର୍କୋଟକୁ ପଠାଇଥିବା ଥାନାର ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି