ବକୁଳବନରେ ଓଡିଆ ବିଶ୍ବ ବିଦ୍ଯାଳୟ ପାଇଁ ଆରମ୍ଭ ହେଲାସର୍ଭ
ସାକ୍ଷୀଗୋପାଳ ---ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ହୋଇଯାଇଛି । ସତ୍ୟବାଦୀ ହାଇସ୍କୁଲ ପଛ ପାଶ୍ୱର୍ରେ ଥିବା ବନବିଦ୍ୟାଳୟ ( ଗୁପ୍ତ ବୃନ୍ଦାବନ )ପରିସରରେ ଗତ ଏକ ସପ୍ତାହ ଧରି ଜେସିପି ମେସିନ ସାହାର୍ଯ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଜଙ୍ଗଲ ସଫା କରାଯାଇଥିଲା । ଗୁରୁବାର ଦିନ ଏକ ଟିମ ବକୁଳବନ ରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏ ସମ୍ପର୍କରେ ବିଭାଗୀୟ ଜେଇ ମନୋଜ କୁମାର ନାୟକଙ୍କୁ ପଚାରିବାରୁ ସେ କହନ୍ତି ବକୁଳବନ ପରିସରରେ ଚତୁପାଶ୍ୱର୍ରେ କେଉଁଠି କ’ଣ ରହିଛି ଏବଂ କେଉଁଠି କେତେ ଯାଗା ଅଛି ତାହା ସର୍ଭେ କରି ଜଣାଇବା ପାଇଁ ଆମକୁ ନିର୍ଦ୍ଦେଶ ଆସିଛି । ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଏହି ସର୍ଭେ କରାଯାଉଛି ବୋଲି ସେ କହିଥିଲେ । ଏଠାରେ ଖାଲି ଯାଗାରେ ଓଡିଆ ବିଶ୍ୱ ବିଦ୍ୟାଳୟର କେଉଁ କେଉଁ ଘର ତିଆରି କରାଯାଇ ପାରିବ ସେ ସର୍ମ୍ପକରେ ସର୍ଭେ କରାଯାଉଛି ବୋଲି ସାକ୍ଷୀଗୋପାଳ ବଜାରରେ ଆଲେଚନା ହୋଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି