Breaking News

ଚଉଷଠୀ ଯୋଗିନୀ ପୀଠ ; ରାଣୀପୁର ଝରିଆଳ


ବଙ୍ଗୋମୁଣ୍ଡା-----ରାଜ୍ୟରେ ପିକନିକ ସ୍ପଟ୍ ମଧ୍ୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଯୋଗିନୀ ପୀଠ ଅନ୍ୟତମ  । ବହୁ ପୁରାତନ ବିଶ୍ୱ ପ୍ରସିଦ୍ଧ ଐ÷÷ତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପର୍ଯ୍ୟଟକ ମାନଙ୍କର ଆକର୍ଷଣ ସାଜିଛି  । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଥିଲେ ମଧ୍ୟ  ରାଣୀପୁର ଝରିଆଲ ର ଆଶାନୁରୂପ ବିକାଶ ହୋଇପାରିନାହିଁ  । ସାମାନ୍ୟ ପର୍ଯ୍ୟଟକ ଙ୍କ ସୁବିଧା ପ୍ରତି ମଧ୍ୟ ପ୍ରଶାସନ ଧ୍ୟାନ ଦେଉନଥିବା ର ପରିତାପର ବିଷୟ ।  ।  ନଭେମ୍ବର, ଡିସେମ୍ବର,ଜାନୁୟାରୀ ମାସ ରେ ଏହି ପର୍ଯ୍ୟଟନ ଯୋଗିନୀ ପୀଠରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥାଏ । ଦଳ ଦଳ ହୋଇ ଭୋଜିଭାତ ନାଚ, ଗୀତ  କରିଥାନ୍ତି । ମାତ୍ର ଭୋଜି ଭାତ ପାଇଁ ବିଶେଷ ସୁବିଧା ନ ଥିଲେ ମଧ୍ୟ ଆଖ ପାଖ ସହ ଜିଲ୍ଲା ତଥା ଜିଲ୍ଲା ବାହାର ର ଲୋକ ଏଠାକୁ ଆସିଥାନ୍ତି । ବିରାଟ ଚଟାଣ ଉପରେ ଖୋଲା ଆକାଶ ରେ ଭୋଜି ଖାଇବା ସହ ସେଲଫି ନେବାର ନିଆରା ଅନୂଭୁତି  । ଷଷ୍ଠ ରୁ ନବମ ଶତାବ୍ଦୀ ର ଐତିହାସିକ କୀର୍ତ୍ତି ବହନ କରୁଥିବା ରାଣୀପୁର ଝରିଆଲ ସର୍ବ ଧର୍ମ ସମନ୍ୱୟ ର ପୀଠ ସ୍ଥଳ । ଶୈବ,ବୈଷ୍ଣବ,ଶାକ୍ତ,ଗାଣପତ୍ୟ, ବୌଦ୍ଧ, ସର୍ବଧର୍ମ ସମନ୍ୱୟ ର ଏହି ପୀଠ ରେ ସୋମେଶ୍ୱର ମହାଦେବ ପୂଜିତ ହୋଇ ଆସୁଛନ୍ତି । ସୋମେଶ୍ୱର ମନ୍ଦିର ନିକଟ ରେ ରହିଥିବା ସୋମେଶ୍ୱର ପୋଖରୀ ରେ ନୌବିହାର ର ମଜା ଏକ ନୂଆ ଆନନ୍ଦ ଦେଇଥାଏ । ମାତ୍ର ଏବେ ପୁଷ୍କରିଣୀ ରେ ଅଳିଆ ଯୋଗୁଁ ନୌବିହାର ହୋଇପାରୁନଥିବା ବେଳେ ପଙ୍କୋଦ୍ଧାର  ର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧଜିବୀ ମାନେ କହନ୍ତି ।  ଏକ କିଲୋମିଟର ବ୍ୟାପି ପଥର  ଚଟାଣ ପଥର ରେ ଗଢି ଉଠିଥିବା ଅନେକ ସଂଖ୍ୟାର ମନ୍ଦିର ବୁଲିବା ଦର୍ଶକ ଙ୍କୁ ଆକର୍ଷିତ କରିଥାଏ ।   ସୋମେଶ୍ୱର ମନ୍ଦିର ର ପଛ ପଟେ ରହିଥିବା ଭୋଗମଣ୍ଡପ କୁ ଲାଗି  ଏକ ବିରାଟ ଛାଉଣି ମନ୍ଦିର ପରିଚାଳନା କମିଟୀ ଉଦ୍ୟମରେ ନିର୍ମାଣ କରାଯାଇଛି । ଭୋଜି ଭାତ ପାଇଁ ଆସୁଥିବା ଲୋକେ ଏଠାରେ ରନ୍ଧାବଢା କରିପାରିବା ସହିତ ଆରାମରେ ବସି ଖ।।ଇପାରିବେ । ମନ୍ଦିର ସମ୍ମୁଖ ରେ ଏକ ଫୁଲ ବଗିଚା ପର୍ଯ୍ୟଟକଙ୍କୁ ଭିଡି ଆଣିଥାଏ  । ଏଠାରୁ ୨ କିଲୋ ମିଟର ମଧ୍ୟରେ ପୋଡା ଇଟା ରେ ତିଆରି ସୁଉଚ୍ଚ ଇନ୍ଦ୍ରଲାଟ ମନ୍ଦିର ର ସୂକ୍ଷ୍ମ କାରୁକାର୍ଯ୍ୟ,  ରାଣୀପୁର ଗ୍ରାମ ରେ ରହିଥିବା ରାଣୀ ମନ୍ଦିର, ଭାଗ୍ୟଶୀଳପଥର ଆଦି ପର୍ଯ୍ୟଟକ ମାନେ ବୁଲି ଥାନ୍ତି । ଐତିହାସିକ ସ୍ୱାକ୍ଷର ବହନ କରୁଥିବା ରାଣୀପୁର  ଝରିଆଲ କୁ  ଦର୍ଶକ ଙ୍କ ଆଗମନ ବଢିଚାଲିଥିବା ବେଳେ ଏହି ପୀଠ ର ଯେଭଳି ବିକାଶ ହେବା କଥା ତାହା ହୋଇପାରୁନାହିଁ  , ମନ୍ଦିର ପରିସର ରେ ହାଇମାଷ୍ଟ ଲାଇଟ କେବେ ଠାରୁ ଅଚଳ,ପାନୀୟ ଜଳ ସମସ୍ୟା ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ  ସମାଧାନ ପାଇଁ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍ୟ । ଦୀର୍ଘ ବର୍ଷ ହେବଏଠାରେ ସୁଲଭ ଶୌଚାଳୟ ବନ୍ଦ ହୋଇ ପଡିଛି । କେନ୍ଦ୍ର ଓ ଓଡିଶା ସରକାର ସ୍ୱଚ୍ଛତା ଉପରେ ପ୍ରସାର ପଚାର ଯେଉଁପରିମାଣର କରୁଛନ୍ତି ଏହି ପୀଠ ତାର ସଫଳତାର ସାକ୍ଷୀ ଭାବରେ ରହିଛି ।  ବଲାଙ୍ଗିର  ଜିଲା ମହକୁମା ଠାରୁ ୧୦୭ କିମି ଦୂରରେ ଏବଂ ବଙ୍ଗୋମୁଣ୍ଡା ôଠୁ ୧୩ କିମି ଦୂରତାରେ ରହିଛି ଏହି ଐତିହାସିକ୍ୟ ପର୍ଯ୍ୟଟନ ସ୍ଥଳ । ଦୁଇ ଚକିଆ ଚାରି ଚକିଆ ଯାନରେ  ବଙ୍ଗୋମୁଣ୍ଡା ଏବଂ ସିନେ୍ଧକେଲା ରୁ ଯିବା ର ସୁବିଧା ରହିଛି । ସ୍ୱତନ୍ତ୍ର ଭାବେ ଏଠାକୁ ବସ କିମ୍ବା ଯାତ୍ରୀ ମାନଙ୍କ ପାଇଁ ବ୍ୟବସ୍ଥା କରାଗଲେ ଯାତ୍ରୀ ମାନଙ୍କ ପାଇଁ ସୁବିଧା ହୋଇପାରନ୍ତା । ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାର ବିକାଶ ଦିଗରେ ଗୁରୁତ୍ୱ ଦେବା ପାଇଁ ସାଧାରଣ ରେ ଦାବି ହେଉଛି । 

ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ

  

 

Blog Archive

Popular Posts