Breaking News

ଡେଲାଙ୍ଗ ସ୍ବୋଚ୍ଛାସେବୀ ଅନୁଷ୍ଠାନ ଆଭା ଉପରେ ଚଡାଉ , ୩୦ ଜଣ ଶିଶୁ ଅନ୍ତୋବାସୀଙ୍କୁ ଅନ୍ଯ ଶିଶୁଯତ୍ନ ଗୃହକୁ ପଠାଗଲା


ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡଁପୁର ସ୍ଥିତ ଆଭା ସ୍ୱେଚ୍ଛାସେବୀ ଶିଶୁ ଯତ୍ନ ଅନୁଷ୍ଠାନରୁ ୩୦ ଜଣ ଅନ୍ତେବାସୀଙ୍କୁ ସେଠାରୁ ଅନ୍ୟ ଶିଶୁ ଯତ୍ନ ଗୃହକୁ ପଠାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଉକ୍ତ ସଂସ୍ଥା ନାମରେ ବିଭିନ୍ନ ଦିନରେ ପଞ୍ଚାୟତ ଜନପ୍ରତିନିଧିଙ୍କ ଠାରୁ ଜନ ସାଧାରଣ ଓ ଅନ୍ତେବାସୀ ମାନେ ଅଭିଯୋଗ କରି ଆସୁଥିଲେ । ମାତ୍ର ସେପରି କୌଣସି କାର୍ଯ୍ୟନୁଷ୍ଠାନ ଅନୁଷ୍ଠାନ ବିରୁଧରେ କରାଯାଇନଥିଲା ।  ଶିଶୁ ମାନଙ୍କୁ ଆଭାର ଶିଶୁ ଯତ୍ନ ଗୃହରେ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ, ବିପର୍ଯ୍ୟସ୍ଥ ପରିମଳ ସହ ଶାରୀରିକ, ମାନସିକ ଯନ୍ତ୍ରଣା ଦିଆଯାଉଥିଲା ବୋଲି ଶୁଣିବାକୁ ମିଳୁଛି । ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରରେ ଯୌନଶୋଷଣ ଅଭିଯୋଗ ପ୍ରଥମେ ଆସିବା ପରେ ବିଭଗୀୟ ଅଧିକାରି ମାନଙ୍କର ଦିନ ଭାଙ୍ଗିଥିଲା । ପରେ ପରେ ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଏକ ଟିମ ପୁରୀ ଗସ୍ତରେ ଆସି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକ ପରିଦର୍ଶନ କରିଥିଲେ । ସେ ସମୟରେ ଆଭା ଅନୁଷ୍ଠାନ ପରିଦର୍ଶନ ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖିଥଲେ । ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।  ଏନସିପିସିଆରଙ୍କ ନିର୍ଦ୍ଦେଶ କ୍ରମେ ଆଭା ଅନୁଷ୍ଠାନ ଜିଲ୍ଲା ସିଡବ୍ଳ୍ୟୁସି ତଦନ୍ତ କରିବା ସମୟରେ ଅସ୍ୱାସ୍ଥ୍ୟକର ପରିବେଶ,ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅନ୍ତୋବାସୀ ମାନେ ଅଭିଯୋଗ କରିଥିବା ସିଡବ୍ଳ୍ୟୁସି ଚେୟାରମ୍ୟାନ ରୁଦ୍ର ନାରାୟଣ ମହାବୀର ସାହୁ କହନ୍ତି । ଅନ୍ୟ ପକ୍ଷେ ଅନୁଷ୍ଠାନର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହନ୍ତି ପ୍ରତି ମାସରେ ବିଭାଗୀୟ ଅଧିକାରୀ ଆସି ତାଙ୍କର ପାଉନା ନିଅନ୍ତି । ମାତ୍ର ଦଶହରାକୁ ଅଧିକ ମାଗିବାରୁ ଅନୁଷ୍ଠାନ ରାଜି ହୋଇନଥିଲା  । ଯାହା ଫଳରେକି ଉକ୍ତ ରାଗ ଏବେ ଜିଲ୍ଲା ଅଧିକାରୀ ମାନେ ରାଗ ସୁଝାଉଛନ୍ତି ବୋଲି ସେ କହନ୍ତି । ଏହି ଅନୁଷ୍ଠାନ  କଳା ତାଲିକା ହୋଇ ନାମ ପରିବର୍ତ୍ତନ କରି ନୂତନ ନାମରେ ଅନୁଷ୍ଠାନ ଚଳାଇଥବା ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳିଛି । ଏବେ ବିଭାଗ ପକ୍ଷରୁ ଏହି ଅନୁଷ୍ଠାନ ଉପରେ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ଡେଲାଙ୍ଗ ବୁଦ୍ଧଜିବି ମାନେ ଅପେକ୍ଷା କରିଛନ୍ତି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts