Breaking News

ଚାରି ଜଣ ଛୁଆଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସମାଜସେବୀ




ଭଞ୍ଜନଗର - ଭଂଜନଗର ନାହାତୁଠସାହି ସ୍ଥିତ, ବାପା-ମା ଙ୍କୁ ହରାଇଥିବା ୪ଜଣ ପୁଅ-ଝିଅଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସମାଜସେବୀ । ନିଜର ଘର ନଥିବାରୁ, ସାହିର କୋଠ ଘରେ ରହୁଥିବା ମୃତ ସୁବଳ ବେହେରାଙ୍କ ୪ ପୁଅ-ଝିଅଙ୍କ ନିକଟରେ ପହଞ୍ଚିଥିଲେ ଜଗନ୍ନାଥପ୍ରସାଦ ଅଞ୍ଚଳର ସମାଜସେବୀ ବିପ୍ରଚରଣ ବାରିକ । ଶୀତଳ ପ୍ରକୋପ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି, ସମସ୍ତ ୪ ଭାଇ-ଭଉଣୀ ଏବଂ ତାଙ୍କ ବୁଢ଼ୀ ମାଙ୍କୁ କମ୍ବଳ , ଲୁଗା, ପୋଷାକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।  ଆବଶ୍ୟକ ସ୍ଥଳେ ପୁଣି ସାହାଯ୍ୟ ଯୋଗାଇ ଦେବାକୁ କହିଥିଲେ ଶ୍ରୀ ବାରିକ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୨/୧୨/୨୦୨୪----୯,୨୫ Sakhigopal News,2/12/2024

Blog Archive

Popular Posts