ଶୋରିଷମୂଳି ଆନିକଟରେ ପାଣିରେ ବୁଡି ଯୁବକର ମୃତ୍ୟୁ
ଭଞ୍ଜନଗର - ଶୋରିଷମୂଳି ମୂଳି ଆନିକଟ ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଯୁବକର ମୃତ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ କୁ ଉଧାର କରିଥିଲେ । ମୃତ ଯୁବକ, ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ଉପର ବାଗଦେବୀ ବାସିନ୍ଦା ପ୍ରକାଶ ସୁଆରଙ୍କ ପୁଅ ଭଞ୍ଜ ସୁଆର ବୋଲି ପୋଲିସ ସୁଚନା ଦେଇଛି। ଖବର ନେବାରେ ମୃତ ଭଞ୍ଜ ସୁଆର ଜଣେ ମାନସିକ ବିକୃତ ହେତୁ କେତେବେଳେ କୁଆଡେ ନିଜ ଇଛାରେ ଘର ବାହାରକୁ ଚାଲିଯାଇ ପୁଣି ଦିନେ କିମ୍ବା ଦୁଇ ଦିନ ପରେଘରକୁ ଫେରିଥାନ୍ତି। ଯାହାକି ବାପା ମା ମଧ୍ୟ ତାକୁ ଖୋଜାଖୋଜି କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କହିଛନ୍ତି। ଶୁକ୍ରବାର ଦିନ ଘରୁ କେଉଁଆଡେ ପଳାଇଯାଇଥିଲା ସନ୍ଧ୍ୟା ହେବାରୁ ପୂର୍ବଭଳି ବାପା ମା ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ଖବର ପାଇପାରିନଥିଲେ । ଶନିବାର ସକାଳେ ଭଞ୍ଜର ମୃତ ଦେହ ଶୋରିଷମୂଳି ଆନିକଟରେ ଭାସୁଥିବାର କିଛି ଲୋକ ଦେଖିଥିଲେ । ପ୍ରଥମେ ତାରାସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ଖବର ପାଇବା ପରେ ଗାଲେରୀ ଫାଣ୍ଡି ପୋଲିସ୍ ଜଣାଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତାର ପରିଚୟ ଜାଣିପାରିଥିଲେ। ଏହାପରେ ଗାଲେରୀ ପୋଲିସ୍ ତାଙ୍କର ଅଧୀନରେ ଯାଉନଥିବା ରୁ ଭଞ୍ଜନଗର ଥାନାକୁ ଖବରଦେଇଥିଲେ । ଭଞ୍ଜନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ଶବ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ। ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ୪୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଭଞ୍ଜନଗର ଥାନା ଅଧିକାରୀ କୁମାର ମୂଦୁଲି ପ୍ରକାଶ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୪----୮,୫୫ Sakhigopal News,14/12/2024