ସାମ୍ବାଦିକ ହିରା ମହାକୁର ଙ୍କ ପିତୃ ବିୟୋଗ
ବରଗଡ-ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁହାଖଣ୍ଡି ପଞ୍ଚାୟତର ବରପଦର ପୁଢାପାଲି ଗ୍ରାମ ର ବିଜୟ ମହାକୁର ଜୀବନ ଯୁଦ୍ଧ ରେ ପରାଜୟ ସ୍ଵୀକାର କଲେ ବିଜୟ ।
ପଞ୍ଚଭୁତରେ ଲିନ ହେଲା ମରଶରୀର । ପୁର୍ବତନ ଲୁହାଖଣ୍ଡି ଗ୍ରା.ପ.ର ସମ୍ପାଦକ ବିଜୟ କୁମାର ମହାକୁର ଙ୍କ ୭୪ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ବିଭିନ୍ନ ଅନୁଷ୍ଠାନ ସହ ସଂପୃକ୍ତ ରହିଥିଲେ। ଆଜି ସକାଳ ୬ଟା ସମୟରେ ଜିରା ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ସମାଜସେବା ଅନୁଷ୍ଠାନ,ସେବାପରିବାର,ଅମୃତକୁଟୁମ୍,ଭରସାପରିବାର,ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅଞ୍ଚଳବାସୀ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ତାଙ୍କର ଜୋଷ୍ଠପୁତ୍ର ଏକାମ୍ର ମହାକୁର ମୁଖାଗ୍ନି ଦେଇଥିବା ବେଳେ କନିଷ୍ଠ ପୁତ୍ର ହୀରା ମହାକୁର, ଝିଅ ଧରଣୀ,ଶଶିରେଖା ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୨/୨୦୨୪----୧୧,୨୦ Sakhigopal News,8/12/2024