ବିଲରେ ପାଣି ଦେଖି ଫେରିବା ବାଟରେ ଓଲଟି ପଡ଼ିଲେ ଚାଷୀ
ସାକ୍ଷୀଗୋପାଳ,--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଡୁଙ୍ଗର ଗ୍ରାମର ମାଗା ଦଳେଇ ଙ୍କୁ ହୃଦ ଗାତରେ ମୃତ୍ୟୁ ହୋଇଯାଇଛି। ସୂଚନାଯୋଗ୍ୟ ଯେ ମାଗା ଆଜି ସକାଳେ ଘର ପାଖ ଗହିର ବିଲରେ ଜମି ଥିବା ବର୍ଷା ପାଣି କାଟିବାକୁ ଯାଇଥିଲେ। ନିଜ ବିଲରେ ପାଚିଲା ଧାନ ପାଣିରେ ପଡ଼ିଥିବା ଦେଖି ମନଦୁଃଖ କରିଥିଲେ। ମାତ୍ର ବିଲରୁ ପାଣି କାଟିବା ସମୟରେ ପଡୋଶୀ ଚାଷୀ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଥଆକଟଆକଟଇ ହୋଇଥିବା ଜଣାପଡିଛି। ମାତ୍ର ମନ ଦୁଃଖରେ ମାଗା ପାଚିଲା ଧାନ ଫସଲ ନିଜ ଆଖି ଆଗରେ ନଷ୍ଟ ହେବା ଦେଖି କୋହ ସମ୍ଭାଳି ପାରିନଥିଲେ। ବିଲ ଠାରୁ ଅଳ୍ପ ବାଟ ଆସିବା ପରେ ମାଗା ଓଲଟି ପଡ଼ିଥିଲେ। ସେଠାରେ ଥିବା ଲୋକମାନେ ମାଗାଙ୍କୁ ଉଠାଇ ଆଣିବା ସହ ସାକ୍ଷୀଗୋପାଳ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀ ର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ତୁରନ୍ତ ମୃତ୍ୟୁବରଣ କରିଥିବା ଚାଷୀ ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୪----୮,୪୫ Sakhigopal News,23/12/2024