ଏବେବି ଗରୀବ ଚାଷୀଙ୍କ ଜମିକୁ, ଜଳସେଚନର ପ୍ରମୁଖ ମାଧ୍ୟମ ହୋଇଛି ତେଣ୍ଡା".
ଭଂଜନଗର - କୃଷି ଓ କୃଷକର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଏବେ ଅତ୍ୟାଧୁନିକ ଶୈଳୀ ଏବଂ ଉନ୍ନତ ଧରଣର କୃଷି-ଯନ୍ତ୍ରପାତି ବ୍ୟବହାର କରାଯାଉଛି । ଫଳରେ ଚାଷକାର୍ଯ୍ୟ ସହଜ ହେବାସହ କୃଷି ଉତ୍ପାଦନ ବୃଦ୍ଧି ପାଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ଏସବୁ ସତ୍ତ୍ୱେ କିଛି ଗାଁରେ ରହିଥିବା ଗରୀବ ଏବଂ ନାମମାତ୍ର ଚାଷୀ, ଆଧୁନିକ ଚାଷ ପଦ୍ଧତିର ଫାଇଦା ପାଇ ପାରିନାହାଁନ୍ତି । ଅର୍ଥାଭାବରୁ କୃଷି ଯନ୍ତ୍ରପାତି କିଣିବାକୁ, ସମର୍ଥ ହୋଇ ପାରୁନାହାଁନ୍ତି । ଯାହାଦ୍ବାରା, ବର୍ତ୍ତମାନ ସମୟରେ ମଧ୍ୟ କିଛି ଚାଷୀ, “ତେଣ୍ଡା” ଭଳି ପାରମ୍ପରିକ ଆବଶ୍ୟକତା ର ଆଶ୍ରୟ ନେଉଛନ୍ତି । ଏବେବି ଅତୀତର "ତେଣ୍ଡା" ପରମ୍ପରା କୁ ବଞ୍ଚାଇ ରଖିଛନ୍ତି, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଇଙ୍ଗିନାଠି, ଧୁମୁଛାଇ, ବେଣିପଲ୍ଲୀ ପଞ୍ଚାୟତ ସମେତ ଭଂଜନଗର ବ୍ଳକ ଅନ୍ତର୍ଗତ ବ୍ରାହ୍ଣଣପଦର ପଞ୍ଚାୟତର କିଛି ଚାଷୀ । ଚାଷ ଜମିକୁ ସୁବିଧା ରେ ଜଳସେଚନ ହୋଇପାରେ । ଅବଶ୍ୟ ଏଥିପାଇଁ ଚାଷୀଙ୍କୁ, ବିଶେଷଭାବେ ଖର୍ଚ୍ଚାନ୍ତ ହେବାକୁ ପଡେନାହିଁ । କିନ୍ତୁ ଅଧିକ ଶାରୀରିକ ପରିଶ୍ରମ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷେତରେ ଅପେକ୍ଷା କରିବାକୁ ପଡେ । ଏହା ବ୍ୟତୀତ କିଛି ସକ୍ଷମ ଚାଷୀ ମୋଟର ପମ୍ପ୍ ବ୍ୟବହାର କରନ୍ତି । ଆଉକିଛି ଚାଷୀ ଉପାୟଶୂନ୍ୟ ହୋଇ, ହାତରେ ପାଣି ଛିଞ୍ଚି ଚାଷ କରିବାକୁ ବାଧ୍ୟ ହୁଅନ୍ତି । ସରକାରୀ ଯୋଜନା, ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ସହାୟତା ପାଇଁ, ଗୁହାରି କରୁଛନ୍ତି। ତେଣ୍ଡା" କୁ ବ୍ୟବହାର କରୁଥିବା ଚାଷୀ ଲକ୍ଷ୍ମଣ କୁମାର ମଲ୍ଲିକ, ଗଣେଶ ରାଉତ, ଛବି ରାଉତ, ବସନ୍ତ କୁମାର ରାଉତ ଏବଂ ମହିଳା ଚାଷୀ ତମାଳ ସ୍ବାଇଁ ପ୍ରମୁଖ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଗରୀବ ଓ ନାମମାତ୍ର ଚାଷୀଙ୍କ ଉନ୍ନତି ଏବଂ କୃଷିର ବିକାଶ ପାଇଁ, ଏବେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୪---୧୦,୨୦ Sakhigopal News,16/12/2024