ଜଟଣୀରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ
ଜଟଣୀ,---
ବିଜୁ ଜନତା ଦଳର ୨୮ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ମଧ୍ୟ ଜଟଣୀ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି |ପୁଣି ଥରେ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ସରକାର ଗଢିବେ ବୋଲି ବିଭୁତି ଦୃଢତାର ସହ କହିଛନ୍ତି |ବିଜୁ ଜନତା ଦଳ ୨୮ ବର୍ଷରେ ପଦାର୍ପଣ କରିଛି । ୧୯୯୭ ମସିହା ଡିସେମ୍ବର ୨୬ରେ ପ୍ରତିଷ୍ଠିତ ହୋଇଥିବା ଏହି ଆଞ୍ଚଳିକ ଦଳର ବର୍ତ୍ତମାନ ପର୍ଯ୍ୟନ୍ତ ନେତୃତ୍ୱ ନେଉଛନ୍ତି ନବୀନ ପଟ୍ଟନାୟକ |ଏହି ଦଳ ଜନ୍ମ ନେବା ପରଠାରୁ କେବେ ବି ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇନି ବା କ୍ଷମତାରୁ ଦୂରେଇ ରହିନି। ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାବାସୀ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରି ଜିତାଇ ଆସୁଥିଲେ । ଦଳ ଗଠନରୁ ଏପର୍ଯ୍ୟନ୍ତ ସଭାପତି ଥିବା ନବୀନ ପଟ୍ଟନାୟକ କ୍ରମାଗତ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଓଡ଼ିଶାରେ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ୨୦୨୪ ନିର୍ବାଚନରେ ଦଳ ବିଜେପି ଠାରୁ ପରାଜୟ ହୋଇଛି |ତେବେ ପରାଜୟ ସତ୍ୱେ ଆସନ୍ତା ୨୦୨୯ ରେ ବିଜେଡି ସୁପ୍ରିମୋ ନବୀନ ପୁଣି ଥରେ ସରକାର ଗଠନ କରିବେ ବୋଲି ଦୃଢ ଭାବେ କହିବା ସହ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୪----୯,୧୦ Sakhigopal News,27/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୨/୨୦୨୪----୯,୧୦ Sakhigopal News,27/12/2024