Breaking News

ଶ୍ରୀ ମାଧବ ଗୋଶାଳା " ନାମରେ ଏକର ଏକର "ସରକାରୀ ଜମି " ହଡପ ଅଭିଯୋଗ




ଜଟଣୀ :- ସ୍ଥାନୀୟ ଜଗନ୍ନାଥ ପୁର ମୌଜା ପାତ୍ରପଡା ଗ୍ରାମରେ ଥିବା "ଶ୍ରୀମାଧବ ଗୋଶାଳା " ବିରୋଧରେ ସଂଘିନ ଅଭିଯୋଗ ଆଣିଛନ୍ତି ସହରର ଗୋ ସେବକ ସଂଘଠନର ସଦସ୍ୟ l ସୂଚନା ମୁତାବକ ଜଗନ୍ନାଥ ପୁର ପାତ୍ରପଡା ଗ୍ରାମର ଜୈନିକ ଅବସର ପ୍ରାପ୍ତ ଶିକ୍ଷକ ତରକେଶ୍ୱର ସ୍ୱାଇଁଙ୍କ ସୁ ପୁତ୍ର ପ୍ରତାପ କୁମାର ସ୍ୱାଇଁ(ପପୁ) ଏକ "ହୀରାଜ' ନାମକ ଏନଜିଓ ସଂସ୍ଥା ମାଧ୍ୟମରେ "ଶ୍ରୀ ମାଧବ ଗୋଶାଳା " ପ୍ରତିଷ୍ଠା କରି ଉଦ୍ଧାର ହୋଇ ପାଳିତ ଥିବା ଗୋରୁଙ୍କୁ ଅର୍ଥ ଲୋଭରେ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗୋ ସେବକ ସଦସ୍ୟ l ଗୋ ସେବକ ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ କୁହନ୍ତି ଆମ୍ଭେମାନେ କିଛି ଗାଈଗୋରୁଙ୍କୁ ଉଦ୍ଧାର କରି ଏହି ଶ୍ରୀ ମାଧବ ଗୋଶାଳାରେ ସୁରକ୍ଷିତ ରହିବାପାଇଁ ଗୋଶାଳା ମାଲିକ ପପୁ ଙ୍କୁ ହସ୍ତାନ୍ତର କରିଥିଲୁ l ଏବଂ ଗୋସେବକ ସଦସ୍ୟ ରାଧାମୋହନ ପ୍ରଧାନ କହିବା ଅନୁଯାଇ ଚଳିତ ବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ ଥାନା ଅଂଚଳରୁ ୮ ଗାଈ ଉଦ୍ଧାର କରି ଏବଂ ପରବର୍ତ୍ତୀ ସମୟରେ "ମା' ଗୋଶାଳାରୁ ଉଦ୍ଧାର କରି ୨୨ ଟି ସୁସ୍ଥ ଗାଈଗୋରୁଙ୍କୁ ଏହି ଶ୍ରୀ ମାଧବ ଗୋଶାଳାକୁ ହସ୍ତାନ୍ତର କରିଥିଲୁ l କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସମୟରେ ଆମ୍ଭେମାନେ ହସ୍ତାନ୍ତର କରିଥିବା ସମୁଦାୟ ୩୦ ଟି ଗୋରୁର ପତ୍ତା ନଥିବା ଜାଣି ଗୋ ଶାଳା ମାଲିକ ପ୍ରତାପ କୁମାର ସ୍ୱାଇଁ ପଚାରିବାରୁ ଏହାର କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା l ବରଂ ମିଳିଥିଲା ମହିଳାଙ୍କୁ ଅସାଦାରଣ ବ୍ୟବହାରର ଧମକ l ଏହି ବାବଦରେ ଜଟଣୀ ଥାନାରେ ଶ୍ରୀ ମାଧବ ଗୋଶାଳା ନାମରେ ଏକ ଲିଖିତ ଅଭଯୋଗ କରି ଗଣ ମାଧ୍ୟମ ସାହାଯ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଏବଂ ସିଡିପିଓ ଙ୍କୁ ଜଟଣୀ ସହରରେ ଏଭଳି ଅମାନୁଶିକ କାର୍ଯ୍ୟ ବିରୋଧରେ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଏହାର ସତ୍ୟାସତ୍ୟ ତଥ୍ୟ ଉନ୍ମୋଚନ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ସୁ-ପୁତ୍ର ଙ୍କ ଏଭଳି କାର୍ଯ୍ୟକୁ ନା ପସନ୍ଦ କରିଛନ୍ତି l ଏଭଳି କିଛି ମୁଷ୍ଟିମେୟ ଅସାଧୁ ବ୍ୟକ୍ତି ସରକାରୀ ଜମିକୁ ଅସାଧୁ ଉପାୟରେ ହଡପ ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ, ମଠ, ମନ୍ଦିର ଏବଂ ଗୋଶାଳା ନାମରେ ଏକର ଏକର ସରକାରୀ ଏବଂ ଜଗନ୍ନାଥ ଜମି ଅକ୍ତିଆର କରି ଜମି ହଡପ ପାଇଁ ଅଭିନଵ ପ୍ରୟାସ ବୋଲି ନିଜର ମତ ପ୍ରକାଶ କରିଥିଲେ l ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏକର ଏକର ସରକାରୀ, ଜଗନ୍ନାଥ ଏବଂ ଦେବୋତ୍ତର ସମ୍ପତିକୁ ଉଦ୍ଧାର କରିବାକୁ ଦାବି ଜଣାଇ ଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୩/୨୦୨୪---୮,୩୫ Sakhigopal News,21/12/2024

Blog Archive

Popular Posts