ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ର ୩୫ ତମ ବାର୍ଷିକ ଉତ୍ସବ
ଭଞ୍ଜନଗର,: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ର ୩୫ ତମ ବାର୍ଷିକ ଉତ୍ସବ ର ଉଦଯାପନୀ ସଂଧ୍ୟା ରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମନ୍ଦିର ଗୁଡିକ ମହାନ୍ ଭାରତୀୟ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଆସୁଥିବା କଥା ଉଲ୍ଲେଖ କରିଥିଲେ। ଉନ୍ନତ ଶିକ୍ଷା ପ୍ରଣାଳୀ, ସାମାଜିକ ପ୍ରତିବଦ୍ଧତା ଏହି ଅନୁଷ୍ଠାନର ମୂଳମନ୍ତ୍ର। ଏଠାରୁ ବହୁ ଛାତ୍ର ଛାତ୍ରୀ ଦେଶ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିବା ସହ ଆମ ଅଞ୍ଚଳର ସୁନାମ କୁ ବହୁ ଗୁଣିତ କରିଛନ୍ତି ବୋଲି ଅଖିଳ ଭାରତ ବିଦ୍ୟା ଭାରତୀ ର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ଭାରତ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପାର୍ଦ୍ଧି, ଡକ୍ଟର କମ୍ଭୁପାଣି ସାମନ୍ତ, ଡକ୍ଟର ପ୍ରଦୀପ ପଟ୍ଟନାୟକ, ସଂପାଦକ ପଦ୍ମନାଭ ପ୍ରଧାନ, ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ନାୟକ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ପୂର୍ବ ପ୍ରଧାନ ଆଚାର୍ଯ୍ୟ ବୃନ୍ଦାବନ ପାଣିଗ୍ରାହୀ ଶର୍ମା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୨/୨୦୨୪---୮,୫୫ Sakhigopal News,27/12/2024