Breaking News

ଭାରତୀୟ ରେଳପଥ ନିର୍ବାଚନ, ଉଭୟ ସଂଗଠନକୁ ମିଳିଲା ମାନ୍ୟତା , ଶ୍ରମିକ କଂଗେସ ଏକ ନମ୍ବର



ଜଟଣୀ ---- ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଟ୍ରାଫିକ କଲୋନୀ  କଲ୍ୟାଣ ମଣ୍ଡପ ଠାରେ ଆଜି ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି । ପ୍ରକାଶ ଥାଉକୀ ଭାରତୀୟ ରେଳପଥ ଶ୍ରମିକ ସଂଗଠନ ମାନ୍ୟତା ପାଇଁ ସାଧାରଣ ନିର୍ବାଚନ ଗତ ଡିସେମ୍ବର ୪ ଓ ୫ ରେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ଚାରି ଗୋଟି ଶ୍ରମିକ ସଂଗଠନ ଯଥା :  ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ, ଶ୍ରମିକ ୟୁନିଅନ, ଭାରତିୟ ମଜଦୂର ସଂଘ୍ ଏବଂ ଏମ୍ପ୍ଲୋଇଜ ୟୁନିଅନ୍ ଭାଗ ନେଇଥିଲେ । ମୁଖ୍ୟ ଦୁଇ ଗୋଟି ସଂଗଠନ ଶ୍ରମିକ କଂଗ୍ରେସ ଓ ଶ୍ରମିକ ୟୁନିଅନ ମଧ୍ୟରେ ଲଢେ଼ଇ ହୋଇଥିଲା । ଯେଉଁଥିରେ ଶ୍ରମିକ କଂଗ୍ରେସ 1970 ଖଣ୍ଡ ଭୋଟ ବ୍ୟବଧାନ ରେ ପୂର୍ବତଟ ରେଳପଥ ରେ ଏକ ନମ୍ବର ରେ ବିଜୟୀ ହୋଇଛି । ଶ୍ରମିକ ୟୁନିଅନ ଦୀର୍ଘଦିନ ଧରି ଅର୍ବାନ ବ୍ୟାଙ୍କ୍ କ୍ଷମତା ରେ ରହି ଦଶ ବର୍ଷ ର ଡିଭିଡେଣ୍ଟ ନଦେବା , ବେଆଇନ ନିଯୁକ୍ତି, ଅର୍ଥ ହେରଫେର ସହ  ବିଜେବି ଇନଷ୍ଟିଚ୍ୟୁଟରେ ହୋଇଥିବା ଘୋଟାଲା ଏଵଂ ଶ୍ରମିକ ମାନଙ୍କୁ ଡରାଇବା,  ବ୍ଲାକମେଲ୍ କରିବା ଭଳି ଘଟଣା କୁ ଶ୍ରମିକ କଂଗ୍ରେସ ନିର୍ବାଚନୀ ମୁଦା କରିଥିଲା l କର୍ମଚାରୀ ମାନେ ଏହାକୁ ହୃଦୟଙ୍ଗମ କରିଥିଲେ ଏଵଂ ତାହା ଭୋଟ ରେ ପରିବର୍ତ୍ତନ ହୋଇଥିଲା l  ଜେନେରାଲ ସେକ୍ରେଟାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ଭୋଟର ମାନଙ୍କୁ ଧନ୍ୟବାଦ ଦେବା ସହ ଅର୍ବାନ ବ୍ୟାଙ୍କ୍ ଲୋନ ଉପରେ ସୁଧ ହାର କମିବା, ଜମା ଉପରେ ସୁଧ ବଢିବା, ସମସ୍ତ ହୋଲିଡେ ହୋମ କୁ ଆଧୁନୀକରଣ, କର୍କଟ ରୋଗୀଙ୍କ ସହାୟକ ମାନଙ୍କ ପାଇଁ ଟାଟା ମେମରିଆଲ ମୁମ୍ବାଇ ଓ ଯଶୋଦା ହାଇଦରାବାଦ ଠାରେ ନିଶୁଳ୍କ ରହଣି ବ୍ୟବସ୍ଥା, ଲୋନ୍ ସୀମା ୨୫ ଲକ୍ଷ୍ ପର୍ଯ୍ୟନ୍ତ ବୃଦ୍ଧି, ଅନ୍ ଲାଇନ୍ ସେବା ଭଳି କାର୍ଯ୍ୟ ପ୍ରଥମ ଏ ଜି ଏମ ରେ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ l ବିଜୟୀ ପରେ ଶ୍ରମିକ କଂଗ୍ରେସ ବିରାଟ ପଟୁଆର ସହିତ  ନଗର ପରିକ୍ରମା କରି ବିଜୟ ଉତ୍ସବ୍ ବନାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ପରିଚାଳନା ମୁଖ୍ୟ ଶ୍ରୀ ପ୍ରମୋଦ ସାହାଣୀ, ଡିସି ସୁନିଲ ଭଞ୍ଜ, ଡେପୁଟି ଡ଼ିସି ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ୍ ଜି କେ ରାଓ (ଗୋପୀ), ସୁବ୍ରତ ପଣ୍ଡା, ଆଶୁତୋଷ ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ଶରତ ପଣ୍ଡା, ଅକ୍ଷୟ ପ୍ରଧାନ ଓ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉତ୍ସବ ପାଳନ କରିଥିଲେ ବୋଲି ମିଡ଼ିଆ ସେଲ ମୁଖ୍ୟ ତଥା ଶାଖା ସଂପାଦକ ଶ୍ରୀ ଏଲ୍ ଡି ମିହାନ୍ତି ସୂଚନା ଦେଇଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୨/୨୦୨୪---୮,୪୫ Sakhigopal News,12/12/2024

Blog Archive

Popular Posts