ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ
ଜଟଣୀ,: ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ବେହେରାଙ୍କୁ ସେହି ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କର ସହଯୋଗୀଙ୍କ ମରଣାନ୍ତକ ଆକ୍ରମଣ କରିଥିବା ପ୍ରତିବାଦରେ ଆଜି ଜଟଣୀ ପଞ୍ଚାୟତ ସମିତି ଅଧିନସ୍ଥ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଗତ ନଭେମ୍ବର ମାସ ୨୮ତାରିଖରେ ସୋରଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ବେହେରାଙ୍କୁ ସରପଞ୍ଚ ଶେଷଦେବ ବେହେରା ଓ ତାଙ୍କ ସମର୍ଥକ କୌଣସି କାରଣ କୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାରି ପ୍ରତିବାଦରେ ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ସଂଘ କଲମ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିଲା। ତେବେ ଏନେଇ ଆଜି ଜଟଣୀ ଶାଖାର ନିର୍ବାହୀ ଅଧିକାରୀ ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟବନ୍ଦ କରି କଲମ ଛାଡ ଆନ୍ଦୋଳନ କରିଥିଲେ। ଏଥି ସହିତ ଏକ ଲିଖିତ ଅଭିଯୋଗ ଜଟଣୀ ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଜିଲ୍ଲା ସଂଘ ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା କୁହାଯାଉଛି। ତେବେ ସର୍ବ ସମ୍ମତି ନିଷ୍ପତି କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଜ ନିଜ ବ୍ଲକ୍ ଅଫିସ୍ ସମ୍ମୁଖରେ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଦେବାଶିଷ ସେଠୀ , ସମ୍ପାଦକ ନିହାର ରଞ୍ଜନ ଦାସ, ମଙ୍ଗରାଜ ରାଉଳ, ସୁବ୍ରତ କୁମାର ନାୟକ, ପିଙ୍କି ସେଠୀ, ସସ୍ମିତା ଜେନା, ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ସହିତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୨/୨୦୨୪----୬,୧୦ Sakhigopal News,9/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୨/୨୦୨୪----୬,୧୦ Sakhigopal News,9/12/2024