Breaking News

ସତ୍ୟବାଦୀରେ ବିଜେଡିର ୨୮ିତମ ପ୍ର୍‌ତିଷ୍ଠା ଦିବସ ପାଳିତ ; ରଙ୍ଗ ବଦାଳଉଥିବା ସରକାରଙ୍କ କଥା ଜାଣିଗଲେଣି ଭୋଟର


ସାକ୍ଷୀଗୋପାଳ,--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ବ୍ଳକର ବିଜୁ ଜନତା ଦଳ ପକ୍ଷରୁ ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ୨୮ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ନଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଅତିଥି ମାନେ ଉଦଘାଟନ କରିଥିଲେ । ବିଜୁ ବାବୁଙ୍କ ସ୍ମୃୁତି ମନେପକାଇ ଏକ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତି ପ୍ରମୋଦ ରାଉତରାୟଙ୍କ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ଉପସ୍ଥିତ ଥିବା ବିଜୁପ୍ରେମୀ ତଥା ବିଜେଡି କର୍ମୀ ମାନଙ୍କୁ କହିଥôଷଲ ଏ ସରକାର କେବଳ ରଙ୍ଗ ବଦଳାଉଥିବା ସରକାର । ଲୋକମାନେ ସେମାନଙ୍କୁ ଭୋଟ ଦେଇ ଏବେ ତ୍ରାହି ତ୍ରାହି ଡାକିଲେଣି । ଏହାର ଜବାବ ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବେ ବୋଲି ଶ୍ରୀ ସମାନ୍ତରାୟ କହିଥିଲେ । ସେହିପରି ଅଦିନିଆ ବର୍ଷାରେ ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହା ଦେଖି ଚାଷୀଙ୍କର ମୃତୁ ହୋଇଯାଇଛି ତଥାପି ଏ ସରକାର କୁମ୍ଭ କର୍ଣ୍ଣ ନିଦରେ ଶୋଇଛି ବୋଲି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା କହିଥଲେ । ଚାଷୀ ମାନେ ସେମାନଙ୍କର କ୍ଷୟକ୍ଷତି ସମ୍ପର୍କେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୃଷି ବିଭାଗ ପକ୍ଷରୁ ଜଣେ ମଧ୍ୟ ଅଧିକାରୀଙ୍କର ଦେଖାନାହିଁ । ସରକାରଙ୍କ ଚିଠିକି ଅପେକ୍ଷା କରିଛନ୍ତି କର୍ମଚାରୀ ମାନେ ।  ବିଜେପି ନେତା ମାନେ ଆହା ପଦେ ଚାଷୀ ମାନଙ୍କ ପାଇଁ କହିନାହାନ୍ତି । ଏହା ଠାରୁ ଆଉ ଦୁଖ କ’ଣ ଥାଇପାରେ ବୋଲି ବିଭିନ୍ନ ପଞ୍ଚାୟତ ପ୍ରତିନିଥି ମାନେ ମତ ପ୍ରକାଶ କରିଛନ୍ତି । ସେହିପରି ଡାଲି ,ଖାଇବା ତେଲ, ଅଟା, ଚିନି ସହିତ ବିଭିନ୍ନ ସାମଗ୍ରୀର ଦର ହୁ ହୁ ହୋଇ ବଡିଚାଲିଛି । ବିଜେଡି ସରକାରଙ୍କ ସମୟରେ ଦର ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ଏବେ ବିଜେପି ସରକାରଙ୍କ ସମୟରେ ସବୁ ଅଣୟାତ ହୋଇପଡିଛି ବୋଲି ବିଭିନ୍ନ ପଞ୍ଚାୟତ ପ୍ରତିନିଥି ମାନେ ମତ ପ୍ରକାଶ କରିଥିଲେ ।  ବିଜେଡି ଦଳ ହାରିନାହିଁ , ବିଜେପି ଦଳର ନେତା ମାନେ କଥା କହିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହୁଛନ୍ତି । ଅନୁଷ୍ଠିତ ପ୍ରତିଷ୍ଠା ସଭାରେ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ଆତ୍ମାର ଅଧ୍ୟକ୍ଷ ମହମ୍ମଦ ଝିକିରିଆ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ମହୁରା ପଞ୍ଚାୟତର ସମିତିସଭ୍ୟ ପ୍ରେମାନନ୍ଦ ବେହେରା, ବୀରରାମଚନ୍ଦ୍ରପୁର ସମିତିସଭ୍ୟ କିଶୋର ଭୋଇ, ନୂଆସୋମେଶ୍ୱରପୁର ସମିତିସଭ୍ୟଙ୍କ ପ୍ରତିନିଧି ପ୍ରଭାକର ପଣ୍ଡା, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ବିଦ୍ୟାଧରପୁର ସରପଞ୍ଚ ଦୁଶାସନ ପ୍ରଧାନ, ସାଶ୍‌ଢ଼ରା ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରାଙ୍କ ସହିତ ପେଣ୍ଠପଡାପଞ୍ଚାୟତର ର୍ପୂତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ଦୁଗଲ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରକାଶ ଖଟେଇ, ସତ୍ୟବାଦୀ ବ୍ଳକର ବିଜେଡିର ଯୁବ ସଭାପତି  ଶରତ ରାଉତରାୟ, ସୁବାଷ ପ୍ରଧାନ ଓ ଶୁକଳ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜଳନ୍ଦର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ନରେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୪---୭,୨୫  SakhiGopal News, 26/12/2024

Blog Archive

Popular Posts