Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମାରକୀ ସଂଗ୍ରହାଳୟ ବୁଲିଲେ ୬୦ଜଣ ତାଲିମପ୍ରାପ୍ତ ଓଏଏସ ଅଧିକାରୀ


  ସାକ୍ଷୀଗୋପାଳ,---ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ପ୍ରଶିକ୍ଷଣ ନେଇଥିବା ୬୦ ଜଣ ଓଏଏସ ଅଫିସର ମାନେ ସତ୍ୟବାଦୀର ଐତିହ୍ୟ ଗ୍ରାମ ସୁଆଣ୍ଡୋ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମାରକୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁଙ୍କ ତତ୍ୱବଧାନରେ ଆସିଥିବା ଓଏଏସ ମାନେ ମହାପୁରଷଙ୍କ ଷଠୀଘର ବୁଲି ଦେଖିବା ସହ ଖୁସି ହୋଇଥିଲେ । ଉତ୍କଳମଣି ହେଉଛନ୍ତି ଓଡିଶାର ଅବିସମ୍ବାଦୀ ଜନନେତା । ତାଙ୍କର ସ୍ମୃତି ରକ୍ଷା ପାଇଁ ପୂର୍ବତନ ସରକାରଙ୍କ ପକ୍ଷରୁ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ବହୁ ଉଚ୍ଚକୋଟୀର ବୋଲି ଟ୍ରେନି ଓଏଏସ ଅଫିସର ଅଳକା ଦେବୀ ମତ ପ୍ରକାଶ କରିଥିଲେ । ଟ୍ରେନି ଓଏଏସ ଅଫିସର ଅଭିନିପ୍ସା ଦାସ, ଦିପ୍ତିମୟୀ ପ୍ରଧାନ ଓ ସ୍ୱରାଂଶୀ ମିଶ୍ର ପ୍ରମୁଖ ସାମିଲ ଥିଲେ । ସତ୍ୟବାଦୀ ବିଡିଓ ଲିପିସା ରାୟ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୪---୮,୧୦    Sakhigopal News, 14/12/2024

Blog Archive

Popular Posts