ଜଟଣୀ ବାସୀଙ୍କ ଟିକସ ହଡପ, ସଫେଇ ନାମରେ କୋଟି କୋଟି ଟଙ୍କା ଲୁଟ ଅଭିଯୋଗ
ଜଟଣୀ ---ଜଟଣୀ ପୌର ପ୍ରଶାସନର ଅବହେଳା, ଅପାରଗତା ଓ କାର୍ଯ୍ୟଦକ୍ଷତା ଅଭାବରୁ ଦୈନିକ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ନିରୀହ ସାଧାରଣ ଜନତା ।
ଜଟଣୀ ପୌରପ୍ରଶାସନ ର ପରିମଳ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ ? । ସଫେଇ ନାମରେ ପ୍ରତ୍ୟକ ମାସରେ ପୌରପରିଷଦର ପ୍ରତ୍ୟକ ୱାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଆଦାୟ କରୁଥିବା ବେଳେ ସଠିକ ରୂପେ ସଫେଇ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛି l ସ୍ଥାନୀୟ ପୌରାଧକ୍ଷ ସଫେଇ କାର୍ଯ୍ୟରେ ପାତରନ୍ତର ଆଣୁଥିବା ଅଭିଯୋଗ କରିଛନ୍ତି ୧୨ ନଂ ୱାର୍ଡର ଅଧିବାସୀ lଏହି ୱାର୍ଡରେ ପ୍ରତ୍ୟକ ଦିନ ସଫେଇ କାର୍ଯ୍ୟ ହେବା ବଦଳରେ ସାତଦିନରେ ଥରେ ସଫେଇ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି lଏପରିକି ପୌରାଞ୍ଚଳକୁ ସଂଯୋଗ କରୁଥିବା କୁଶୁମାଟି , କନ୍ତିଆ ପଞ୍ଚାୟତ ଓ ରାଜା ବଜାରରୁ ରେଳପଥ ରେତଙ୍ଗ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା l ପୌରାଞ୍ଚଳ ଅନ୍ତର୍ଗତ ରାଜାବଜାର, ବଡବଜାର, ମାଛମାର୍କେଟ ମୁଖ୍ୟ ରାସ୍ତା କଡରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ଫଳରେ ନାହିଁ ନ ଥିବା ଯନ୍ତ୍ରଣା ଅନୁଭବ କରୁଛନ୍ତି ଯାତାୟାତ କରୁଥିବା ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା l ସୂଚନା ମୁତାବକ ପୌରପରିଷଦ ପରିମଳ ବ୍ୟବସ୍ଥା ପାଇଁ ଏଲ ଏଣ୍ଡ କେ. ଠିକା ସଂସ୍ଥା ମାଧ୍ୟମରେ ମାସିକ ୨୨ ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ପରିବେଶ ସୁରକ୍ଷା ଭିତ୍ତିହୀନ ହୋଇ ପଡିଛି l ଠିକା ସଂସ୍ଥା ଚାନ୍ଦା ବାବଦକୁ ୩ ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି l ଏହାର ମୁଖ୍ୟ କାରଣ ଠିକସଂସ୍ଥା ଏବଂ ପୌରପ୍ରଶାସନିକ ଅଧିକାରୀ ଙ୍କ ସଲାସୂତରାରେ ମାସିକ ପ୍ରତ୍ୟକ ୱାର୍ଡରୁ ଜଣେ ଦୁଇଜଣ ଅନୁପସ୍ଥିତ ଦେଖାଇ ସମୁଦାୟ ୨୦୦ ସଫେଇ କର୍ମଚାରୀଙ୍କ ବାବଦରେ ମାସିକ ଦରମା ମିଛ କାଗଜପତ୍ରରେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି l ଏଠି ପ୍ରଶ୍ନ ଉଠେ କେଉଁ ସ୍ୱାର୍ଥରେ ବାରମ୍ବାର ଗୋଟିଏ ଠିକା ସଂସ୍ଥାକୁ ତାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଅଛି ? । ଓଦା ଓ ଶୁଖିଲା ଅଳିଆ ଆବର୍ଜନା ସ୍ଥାନାନ୍ତରିତ ପାଇଁ ୨୦ ଟି ବ୍ୟାଟେରୀ ଚଳିତ ଗାଡି, ଟାଟାଏସି ଗାଡି ୪ ଟି, ଛୋଟ ବଡ଼ ଟ୍ରାକ୍ଟର ୮ ଟି, ବ୍ୟାଟେରୀ ଚାଳିତ ଟାଟାଏସି ୨ ଟି ସମୁଦାୟ ୩୪ ଟି ଗାଡି ଦୈନିକ ବ୍ୟବହାର ହେଉଥିବା ବେଳେ କେଉଁ କାରଣରୁ ସହରର ଅଳିଆବର୍ଜନା ସମ୍ପୂର୍ଣ ରୂପେ ସଫା ହୋଇ ପାରୁନାହିଁ ବୋଲି ସଧାରଣରେ ପ୍ରଶ୍ନ ଉଠିଛି l ଦୁଃଖର ବିଷୟ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନବ ନିର୍ବାଚିତ ପୌରାଦ୍ଧକ୍ୟ ଏବଂ ୨୩ କାଉନସିଲର ମାନଙ୍କ ମିଲିଭଗତରେ ପୌରପରିଷଦ ଛାରଖାର ହୋଇଗଲାଣି ବୋଲି ବୁଦ୍ଧିଜୀବୀଙ୍କ ମତପ୍ରକାଶ ପାଇଛି l ଏଥିପ୍ରତି ଉଚ୍ଚ ଅଧିକାରୀ ନଜର ଦେବାକୁ ଦାବି ହେଉଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୨/୨୦୨୪---୭,୧୦ Sakhigopal News,25/12/2024