Breaking News

ବିଦ୍ୟୁତ୍ ତାର ବିଛାଇ ପୁଣି ବାରହା ଶିକାର ଅଭିଯୋଗରେ ୨ ଗିରଫ



 ଭଂଜନଗର - ବିଦ୍ୟୁତ୍ ତାର ବିଛାଇ ଜଙ୍ଗଲରେ ବାରହା ଶିକାର କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି, ବନବିଭାଗ । ଜଗନ୍ନାଥପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ସେକ୍ସନ୍ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ନଜରକୁ ଆସିଥିଲା ଏଭଳି ଘଟଣା । ସୂଚନା ପ୍ରକାରେ ନିକଟସ୍ଥ ବଣିଆ ପଲ୍ଲୀ ଗ୍ରାମର ଦୁଇଜଣ ବ୍ୟକ୍ତି, ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇଥିଲେ । ଫଳରେ ଏକ ବଣୁଆ ବାରହା ବିଦ୍ୟୁତ୍ ତାର ରେ ପଡ଼ି ଶିକାର ହୋଇଥିଲା । ଖବରପାଇ ବନବିଭାଗ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରି ଭିକାରୀ ନାଇକ ଏବଂ ଖଦାଳ ନାଇକ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଗୋଟିଏ ମୃତ ବାରହା ଏବଂ ବିଦ୍ୟୁତ ତାର ଜବତ କରିଥିଲା । ଏ ସଂକ୍ରାନ୍ତରେ ୧୦୯/୨୪ ରେ ଏକ ମାମଲା ରୁଜୁ କରିଛି ବନବିଭାଗ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୪----୮,୪୫ Sakhigopal News,12/12/2024

Blog Archive

Popular Posts