ବରପାଲି ସାମ୍ବାଦିକ ସଂଘ ପକ୍ଷରୁ ରମେଶ ମେହେର ସମ୍ବର୍ଦ୍ଧିତ
ବରଗଡ଼ --- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ୩୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭେଡେନ ବ୍ଲକ କେଶରୀପାଲି ର ଟୁଇଟର ବୟ ଭାବରେ ପରିଚିତ ରମେଶ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରମେଶ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ସାଢେ଼ ୫ହଜାର ସମସ୍ୟା କୁ ଟୁଇଟର ଆପ କୁ ବ୍ୟବହାର କରି ସମାଧାନ କରିପାରିଛନ୍ତି। ଏହି ସମ୍ମାନ ପାଇ ରମେଶ ସାମ୍ବାଦିକ ସଂଘ କୁ ଏହି ମାନପତ୍ର ପାଇଥିବାରୁ ଆଗକୁ ଅଧିକ ପ୍ରେରଣା ଯୋଗାଇ ଦେବ ବୋଲି କହିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୨/୨୦୨୪----୬,୩୫ Sakhigopal News,25/12/2024