ବିବାଦ ଘେରରେ ଜଟଣୀ "ପୌରପରିଷଦ' କାମରେ ଆସୁନି କୋଟିଏ ଟଙ୍କାରୁ ଉର୍ଦ୍ଧ ବ୍ୟୟର "ସୁଇପିଂ' ଗାଡି ; ଅଭିଯୋଗ ଆଣିଲେ ପୂର୍ବତନ ନଗର ପାଳ ଶ୍ରୀ ରାଉତରାୟ
ଜଟଣୀ :- ରାସ୍ତା ସଫେଇ କାମ ନ କରି ରାତି ହେଲେ ମିଛକୁ ପଇଁତରା ମାରୁଛି "ସୁଇପିଂ " ଗାଡି l ଜଟଣୀ ପୌରପରିଷଦର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ ଅଭିଯୋଗ ଆଣିଛନ୍ତି ସରକାରଙ୍କ "ସ୍ଵଚ୍ଛ ଭାରତ ମିଶନ " ମାଧ୍ୟମରେ ଏକ କୋଟିରୁ ଉର୍ଦ୍ଧ ମୂଲ୍ୟର "ସୁଇପିଂ " ଗାଡିର ବ୍ୟବହାର ସମ୍ପୂର୍ଣ ଠପ ହୋଇଛି l ସହରରେ ଥିବା ମୁଖ୍ୟ ରାସ୍ତା ଏବଂ ଖୁଦୁପର ଛକରୁ ଆଇଆଇଟି ପର୍ଯ୍ୟନ୍ତ ଥିବା ପିଚୁ ରାସ୍ତାରେ କେବେ ବି ଗଡ଼ିନାହିଁ "ସୁଇପିଂ " ଗାଡି l କେବଳ ପ୍ରତ୍ୟକ ଦିନର କିଲୋମିଟର ବାବଦକୁ ତେଲର ଦୁର୍ନୀତି ପାଇଁ ଚାଲିଛି ମସୁଧା l ପ୍ରତ୍ୟକ ଦିନ ରାତି ହେଲେ ଗାଡି କମ୍ପ୍ରେସର ଅନ କରି ଘଣ୍ଟାକୁ ୧୦ ରୁ ୧୨ ଲିଟର ତେଲ ଦେଖାଇବା ପାଇଁ ସହରର ପରିତ୍ୟକ୍ତ ଅବସ୍ଥାରେ ଥିବା "ବସ ଷ୍ଟାଣ୍ଡ 'ରୁ ବାହାରି ବଡତୋଟା, ବେଲପଡା ଏବଂ ତଳଖେତା ଛକ ଏପରି ମନଇଛା ବୁଲି ଗାଡି ଫେରି ଆସେ l ଫଳରେ ମାସକୁ ହଜାର ହଜାର ଟଙ୍କାର ତେଲ ଦୁର୍ନୀତି ହେଉଥିବାର ଅଭିଯୋଗ ଆଣିଛନ୍ତି l
ଏହି ବାବଦରେ ଠିକା ସଂସ୍ଥା ଠାରୁ ମାସିକ ୩ ଲକ୍ଷ ଟଙ୍କା ଲାଞ୍ଚ ନିଅନ୍ତି ଜଟଣୀ ପୌରପରିଷଦର ଦୁର୍ନୀତି ଖୋର ଅଫିସର l ପୌରପରିଷଦର "ପରିମଳ" ସଂସ୍ଥାର ପ୍ରତ୍ୟକ କାର୍ଯ୍ୟରେ ମିଛ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡପର ଅଭିଯୋଗ ପୂର୍ବରୁ ହୋଇଅଛି l ପୌରପରିଷଦର ସୌନ୍ଦର୍ଯ୍ୟ କରଣ ପାଇଁ କାନ୍ଥରେ ରଙ୍ଗୀନ ଚିତ୍ର କରି ୬୪ ଲକ୍ଷ ଟଙ୍କାର ମହାଦୁର୍ନୀତି ପଦାରେ ପଡ଼ିଥିବା ବେଳେ "ଜଳଛତ୍ର" ବାବଦରେ ୧୫ ଲକ୍ଷ ଟଙ୍କାର ଦୁର୍ନୀତି ଖବର ପ୍ରକାଶ ପାଇଛି l ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଜଟଣୀ ପୌରପରିଷଦ ଦୁର୍ନୀତିର ଏକ ନମ୍ବର କହିବା ଅତ୍ୟୁକ୍ତି ହେବନାହିଁ l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଜଟଣୀ ପୌରପରିଷଦର ପରିମଳ ସଂସ୍ଥା କେବଳ ଗୋଟିଏ ସଂସ୍ଥା ଏଲ ଏଣ୍ଡ କେ କମ୍ପାନୀକୁ ବାରମ୍ବାର ଟେଣ୍ଡର ନ କରାଇ ତାର କାର୍ଯ୍ୟକାଳକୁ ବାରମ୍ବାର ବଢାଇବା ଉପରେ ସନ୍ଦେହ ଘେରରେ l ସ୍ଥାନୀୟ ଜିଲ୍ଲାପାଳ ମୋହଦୟ ଏହା ଉପରେ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠାଇଛନ୍ତି ପୂର୍ବତନ ନଗରପାଳl
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୨/୨୦୨୪----୮,୨୫ Sakhigopal News,21/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୨/୨୦୨୪----୮,୨୫ Sakhigopal News,21/12/2024