Breaking News

କଳିଙ୍ଗପଦର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଜଣେ ଗିରଫ


ଭଞ୍ଜନଗର଼-- ତାରାସିଂ ଥାନା ଅଧିନ କଳିଙ୍ଗପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ  ଗଣ୍ଡଗୋଳକୁ ନେଇ ଜଣକୁ ତାରାସିଂ ପୋଲିସ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ରେବତୀ ସବର ସୁଚନା ଦେଇଛନ୍ତି। ସୁଚନା ପ୍ରକାରେ ଗତ ବୁଧବାର ଦିନ  କଳିଙ୍ଗପଦର ଗ୍ରାମର କିଛି ଯୁବକ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ସେହି ଗ୍ରାମର ଆକୁଳ ସେଠୀ ଓ ତାଙ୍କର ସହଯୋଗୀ ସହ ପାଟିତୁଣ୍ଡ କରିବା ସାଙ୍ଗକୁ ହାତ ହତିଆର ଧରି ଉଗ୍ରରୁପ ନେଇଥିଲା।ଫଳରେ ଉଭୟ ଗୋଷ୍ଠୀ ତାରାସିଂ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।  ଆକୁଳ ସେଠୀ ଙ୍କ ଅଭିଯୋଗ ଥାନା କେସନଂ ୪୦୪/୨୪ ଏବଂ ଆକୁଳ ସେଠୀଙ୍କ ବିପକ୍ଷ ଗୋଷ୍ଠୀ ପକ୍ଷରୁ  ସାନ୍ତନୁ ନାୟକଙ୍କ ମା ଟୁନୀ ନାୟକ ଅଭିଯୋଗ କେସନଂ ୪୦୫/୨୪ ଉଭୟ  ପକ୍ଷକଙ୍କ ନାମରେ ମାମଲା ରୁଜୁ କରାଯାଇ ଆକୁଳ ସେଠୀକୁ ପୋଲିସ ଗିରଫ କରି  କୋର୍ଟଚାଲଣ କରିଛି ।  ବିପକ୍ଷ ଗୋଷ୍ଠୀ ଫେରାର ଥିବାରୁ କାହାକୁ ଗିରଫ କରାଯାଇନଥିବା ବେଳେ ଖୁବ୍ ଶିଘ୍ର ଫେରାର୍ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ  ବୋଲି ଥାନାଧିକାରୀ ରେବତୀ ସବର କହିଛନ୍ତି। ଏହା ତଦନ୍ତ ଯାରି ରହିଛି ।ଆକୁଳ ସେଠୀଙ୍କ ଅଭିଯୋଗ କ୍ରମେ ୬ଜଣ, ଟୁନୀ ନାୟକଙ୍କ ଅଭିଯୋଗ କ୍ରମେ ୪ଜଣ ନାମରେ ଅଭିଯୋଗ ହୋଇଥିବା ଥାନା ସୁତ୍ରରୁ ଜଣା ପଡିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪---୯,୨୦ Sakhigopal News,31/12/2024

Blog Archive

Popular Posts