Breaking News

ଆଇଆଇଟିରେ ସମାବର୍ତ୍ତନ ଉତ୍ସବ



ଜଟଣୀ :
ଜଟଣୀ ସ୍ଥିତ ଆଇଆଇଟି ଭୁବନେଶ୍ୱରରେ ଆଜି ଦ୍ୱାଦଶ ଓ ତ୍ରୟୋଦଶ ତମ ମିଳିତ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ମୋଟ 1388 ଜଣ ଛାତ୍ର ଛାତ୍ରୀ ଡିଗ୍ରୀ ପାଇଥିବା ବେଳେ ୨ ଜଣ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇଛନ୍ତି |ସେମାନେ ହେଲେ 2022-23 ମସିହା ପାଇଁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିଅରିଂ ବିଭାଗ ଛାତ୍ର ଶ୍ରୀ ହର୍ଷ ସିଂ ଯାଦନ ଏବଂ 2023-24 ମସିହା ପାଇଁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିଅରିଂ ବିଭାଗ ଛାତ୍ର ଅର୍ଣ୍ଣବ କୁମାର ବେହେରା |
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ, ଚାକିରି କରିବନି ବରଂ ଚାକିରି ଦେବା ଆମ ମାନଙ୍କର ଲକ୍ଷ ହେଉ ବୋଲି କହିଥିଲେ |ଆମର ଛାତ୍ର ଛାତ୍ରୀ ମାନେ ଆସନ୍ତା ଶିଳ୍ପ ବିପ୍ଳବ 4.0 ର ନେତୃତ୍ୱ ନେବେ |
ଦେଶର ଅନୁସନ୍ଧାନ କେବଳ ଏକାଡେମୀକ ପ୍ରକାଶନ ରେ ସୀମିତ ନରହି ଆଗକୁ ବଢିବା ସହ ଉଦ୍ୟୋଗୀକ ଦୃଷ୍ଟି କୋଣରୁ ବିଶ୍ୱ ସ୍ତରୀୟ ମାନଦଣ୍ଡ ହାସଲ କରିବା ଉଚିତ |ଆଇଆଇଟି ଛାତ୍ର ଛାତ୍ରୀ ମାନେ 2036 ବେଳକୁ ଓଡିଶାର ଏବଂ 2047 ବେଳକୁ ଦେଶର ଅଭିବୃଦ୍ଧି ପ୍ରକ୍ରିୟାକୁ ବଢାଇବା ପାଇଁ ଷ୍ଟାର୍ଟ ଅପ ଏବଂ ଉଦ୍ୟୋଗୀ ଇକୋ ସିଷ୍ଟମ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା ଉଚିତ |
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଫେସର ଅଭୟ କାରଣ୍ଡୀକର କହିଥିଲେ କି ଆଇଆଇଟି ଭୁବନେଶ୍ୱର ଏବେ ଅତ୍ୟାଧୁନିକ ନବସୃଜନ କେନ୍ଦ୍ର ପାଲଟିଛି |ଯାହା ଆମ ପାଇଁ ଗର୍ବ ଗୌରବର ବିଷୟ ଅଟେ |ସେହିପରି ପ୍ରଫେସର ଶ୍ରୀପଦ କରମାଲକର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି କାହାକୁ ଅନୁସରଣ କରିବା ପରିବର୍ତ୍ତେ ସମସ୍ତଙ୍କ ଠାରୁ ଶିଖ |ଆପଣଙ୍କ ସଫଳତାରେ ଅନ୍ୟମାନଙ୍କ ଅବଦାନକୁ ସ୍ୱୀକାର କର |
ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଜୟ କୁମାର ସୁଦ, ପ୍ରଫେସର ଅଜିତ କୁମାର ମହାନ୍ତି, ଡକ୍ଟର ରାଜେନ୍ଦ୍ର ସିଂ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ |ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୨/୨୦୨୪---୯,୫୫ Sakhigopal News,31/12/2024

Blog Archive

Popular Posts