ତୃତୀୟ ସମ୍ଭାବନା କପ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଜଟଣୀ : ଜଟଣୀ ସହରର ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତୃତୀୟ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ଜଟଣୀ ମ୍ୟୁନିସିପାଲଟି ଏକାଦଶ, ଜଟଣୀ ମିଡିଆ ଆଇକନ ଏକାଦଶ, ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଆୟୋଜକ ସମ୍ଭାବନା ପରିବାର ଅଂଶଗ୍ରହଣ କରିଥିଲେ l ସେମିଫାଇନାଲ ପର୍ଯ୍ୟନ୍ତ ୧୦ ଓଭର ବିଶିଷ୍ଟ ନକ୍ଆଉଟ୍ ଆଧାରରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ୍ ମ୍ୟାଚରେ ଜଟଣୀ ପୌର ଏକାଦଶ ଏବଂ ଜଟଣୀ ବାର ଆସୋସିଏସନ୍ ଏକାଦଶ ପରସ୍ପରକୁ ପଡ଼ିଆରେ ଭେଟିଥିଲେ l ଟସ ଜିତି ମ୍ୟୁନିସିପାଲଟି ଏକାଦଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲାବେଳେ ପ୍ରତିପକ୍ଷ ବାର ଆସୋସିଏସନ ଏକାଦଶ ୧୦ ଓଭରରେ ୧୩୯ ରନ୍ କରିବାରେ ସମର୍ଥ ହୋଇଥିଲା ବେଳେ ମ୍ୟୁନିସିପାଲଟି ୧୦ ଓଭରରେ ୮୪ ରନ୍ କରିବାରେ ସମର୍ଥ ହୋଇଥିଲା l ଯାହାଫଳରେ ବାର ଆସୋସିଏସନ ବିଜେତା ଘୋଷିତ ହୋଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ଅତିଥି ଭାବେ ରାଜ୍ଯ ବିଜେପି କାର୍ଯ୍ୟକାରିଣୀ ସଭ୍ଯ ବିଶ୍ୱରଞ୍ଜନ ବଡଜେନା, ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମା ଏବଂ ସମାଜସେବୀ ରମେଶ ଚନ୍ଦ୍ର ଦାସ ଯୋଗ ଦେଇ ଉଦଘାଟନ କରିଥିଲେ l ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଅନ୍ୟତମ ଅତିଥି ଭାବେ ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟିର ସଭ୍ୟ ତଥା ରାଜ୍ୟ କଂଗ୍ରେସର ମିଡିଆ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଓ ଯୁବ ଉଦ୍ୟୋଗପତି ରାଧା ରଞ୍ଜନ ଶତପଥୀ ଯୋଗ ଦେଇଥିଲେ l ସେହିପରି ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଯୋଗଦେଇ ଜଟଣୀ ମିଡିଆ ଆଇକନ ଏକାଦଶକୁ ଶୃଙ୍ଖଳିତ ଟ୍ରଫି, ଜଟଣୀ ବାର ଆସୋସିଏସନ୍ କୁ ୱିନର୍ ଟ୍ରଫି ଓ ରନର୍ସଅପ୍ ଟ୍ରଫି ଜଟଣୀ ପୌର ଏକାଦଶକୁ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରିଥିଲେ । ସେହିପରି ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ବାର ଆସୋସିଏସନର ପାର୍ଥସାରଥୀ ସାମନ୍ତରାୟ ଏବଂ ମ୍ୟାନ୍ ଅଫ ଦି ସିରିଜ୍ ଟ୍ରଫି ସରୋଜ ନାୟକଙ୍କୁ ପ୍ରଦାନ କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଆରତୀ ରାଉତ ବାର ଆସୋସିଏସନର ସଭାପତି ଶରତ ପାଇକରାୟ ଓ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବେ ଶତୃଜିତ ମହାନ୍ତି ଓ ଆଦିତ୍ୟ ମହାକୁଡ଼ ପରିଚାଳନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଉପସଭାପତି ଦିଲୀପ ସିଂ, ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡୀ, ସହ ସମ୍ପାଦକ ଅମିନ ରାଉତ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ, ସ୍ମିତା ପଟ୍ଟନାୟକ,ବରିଷ୍ଠ ସଭ୍ଯ ଲୁସେନ ରାୟ, ଉପଦେଷ୍ଟା ଭାସ୍କର ଚନ୍ଦ୍ର ଡାକୁଆ ଓ ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ବେହେରା, ପରେଶ ପଟ୍ଟନାୟକ, ସୁକାନ୍ତ ଆଚାର୍ଯ୍ଯଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୨/୨୦୨୪----୬,୧୦ Sakhigopal News,9/12/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୨/୨୦୨୪----୬,୧୦ Sakhigopal News,9/12/2024