Breaking News

ସତ୍ୟବାଦୀ ପ୍ରଥମିକ ଶିକ୍ଷକ ସଂଗଠନର ସାଧାରଣ ବୈଠକ



 ସାକ୍ଷୀଗୋପାଳ--- ସତ୍ୟବାଦୀ ପ୍ରାଥମିକ ଶିକ୍ଷକ ସଂଗଠନର ସାଧାରଣ ବୈଠକ ସହିତ ନୂତନ ଭାବେ ସତ୍ୟବାଦୀ ବ୍ଳକରେ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ମାନଙ୍କୁ କହିଥିଲେ ନୂତନ ସରକାର ଶିକ୍ଷକ ମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଇଛନ୍ତି । ଶିକ୍ଷକ ମାନେ ରାଜନୀତି ଠାରୁ ଦୁରରେ ରହି ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ ସେ ଆହ୍ୱନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଂଘର ସଭାପତି ସୁନୀଲ କୁମାର ବେହେରା, ସମ୍ପାଦକ ସୁମନ୍ତ କୁମାର ପାଳ ଓ  ଶାଶ୍ୱତୀ ପିୟଦର୍ଶନୀ ଦାଶ, ଉପସଭାପତି ସମୀର ସିଂ, ପ୍ରକାଶ ସେଠୀ, ଅଜୟ ରାଉତରାୟ, ଜଗନ୍ନାଥ ପ୍ରଧାନ, ଲୋଭାମାନୀ ପ୍ରଧାନ ଓ ଉପଦେଷ୍ଠା ଅଜୟ କୁମାର ପ୍ରଧାନ, ସନ୍ତୋଷ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଉପସଭାନେତ୍ରୀ ତଥା କବୟତ୍ରୀ ସୁଜାତା ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୪---୮,୧୦    Sakhigopal News, 14//12/2024

Blog Archive

Popular Posts