ରାଜ୍ଯ ସ୍ତରକୁ ମନୋନୀତ ହେଲେ ସତ୍ଯବାଦୀ ହାଇସ୍କୁଲର ଛାତ୍ର ସୌମ୍ୟରଞ୍ଜନ
ସାକ୍ଷୀଗୋପାଳ ------ ଜିଲାସ୍ତରରେ ଅନୁଷ୍ଠିତ ବାଲ ବୈଜ୍ଞାନିକ ବିଜ୍ଞାନ ମେଳାରେ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟର ୯ମ ଶ୍ରେଣୀ ଛାତ୍ର ସୌମ୍ଯରଞ୍ଜନ ମହାନ୍ତିଙ୍କ ପ୍ରକଳ୍ପ ରାଜ୍ଯ ସ୍ତରକୁ ମନୋନୀତ ହୋଇଛି । ଯାହାକୁ ନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ତାଙ୍କ ଗାଡ଼ି ଶିକ୍ଷୟିତ୍ରୀ ଓ ପରିବାର ଲୋକେ ଖୁସି ରହିଛନ୍ତି।୧୮ , ୧୯ ଓ ୨୦ ତିନିଦିନ ଧରି ବରଗଡ଼ ଠାରେ ରାଜ୍ଯ ସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୌମ୍ୟରଞ୍ଜନ ବର୍ଜ୍ଯବସ୍ତୁରୁ ବିଜୁଳି ଉତ୍ପାଦନ କରିବାକୁ ନେଇ ଏହି ପ୍ରକଳ୍ପ ଟି ସେ କରିଛନ୍ତି । ଯାହା ଗତ ୨୨ତାରିଖରେ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ଯାଳୟରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ସ୍ଥାନ ପାଇଥିଲା । ୧୨୫ ପ୍ରକଳ୍ପ ମଧ୍ଯରୁ ୭ଟି ପ୍ରକଳ୍ପ ଜିଲାସ୍ତର କୁ ମନୋନୀତ ହୋଇଥିଲା । ସେଥିମଧ୍ୟରୁ ସୌମ୍ୟରଞ୍ଜନ ଙ୍କ ପ୍ରକଳ୍ପଟି ମନୋନୀତ ହୋଇଥିଲା। ଗତ ୧୨ ତାରିଖରେ ପୁରୀ ପୋଲିସ ଉଚ୍ଚ ବିଦ୍ଯାଳୟରେ ଜିଲାର ୧୧ଟି ବ୍ଲକରୁ ୭୭ଟି ପ୍ରକଳ୍ପକୁ ନେଇ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୭ଟି ପ୍ରକଳ୍ପ ରାଜ୍ଯ ସ୍ତରକୁ ମନୋନୀତ ହୋଇଛି । ଏଥିରେ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟର ସୌମ୍ୟରଞ୍ଜନ ଙ୍କ ପ୍ରକଳ୍ପ ରାଜ୍ଯ ସ୍ତରକୁ ମନୋନୀତ ହୋଇଥିବାରୁ ଗାଇଡ ଶିକ୍ଷୟତ୍ରୀ ପୂଜା ମିଶ୍ର ଓ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଖୁସି ପ୍ରକଟ କରିବା ସହ ସୌମ୍ୟରଞ୍ଜନ ଙ୍କ ପ୍ରକଳ୍ପ ଟି ରାଜ୍ୟ ସ୍ତରରେ ମନୋନୀତ ହେବ ବୋଲି ସେ ଆଶା ରଖିଛନ୍ତି। ଏଥିପାଇଁ ସତ୍ୟବାଦୀ ବୁଦ୍ଧଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୨/୨୦୨୪----୬,୨୫ Sakhigopal News,19/12/2024