ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଆନ୍ତ ମଣ୍ଡଳୀୟ ସାଂସ୍କୃତିକ ପରମ୍ପରା ନୃତ୍ୟ ପ୍ରତିଯୋଗୀତା
ଜଟଣୀ :--ଟ୍ରାଫିକ୍ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ “ଆନ୍ତ ମଣ୍ଡଳୀୟ ସାଂସ୍କୃତିକ ପରମ୍ପରା ନୃତ୍ୟ” ପ୍ରତିଯୋଗିତାର ଆୟୋଜନ କରାଯାଇଛି | ପୂର୍ବ ତଟ ରେଲୱେ ର ତିନୋଟି ଡିଭିଜନ୍ ଯଥା ବିଶାଖାପାଟନମ୍, ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଏବଂ ଜୋନାଲ ମୁଖ୍ୟାଳୟ ର ସାଂସ୍କୃତିକ ଦଳ ଏହି ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ଉତ୍ସବରେ, ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱା ଏବଂ ପୂର୍ବ ତଟ ରେଲୱେ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଏବଂ ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।
ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ନେଇ ଚାରୋଟି ସାଂସ୍କୃତିକ ଦଳ ମଧ୍ୟରେ ଶାସ୍ତ୍ରୀୟ ଏକକ ନୃତ୍ୟ ଏବଂ ଗୋଷ୍ଠୀ ନୃତ୍ୟ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା ବିଜେତା ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ବଣ୍ଟନ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାଂସ୍କୃତିକ କାର୍ଯ୍ୟକଳାପ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ଆନ୍ତ ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତାରେ, ଜୋନାଲ ହେଡ କ୍ୱାର୍ଟରରୁ ଅଫିସ୍ ଅଧୀକ୍ଷକ ଶ୍ରୀ ସଞ୍ଜୀବ ଦେବ୍, ଶାସ୍ତ୍ରୀୟ ଏକକ ନୃତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିଲେ ଏବଂ ସମ୍ବଲପୁର ବିଭାଗର ସାଂସ୍କୃତିକ ଦଳ, ଗୋଷ୍ଠୀ ନୃତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ଇଣ୍ଟର ଡିଭିଜନାଲ ସାଂସ୍କୃତିକ ପ୍ରତିଯୋଗିତାର ବିଜେତାମାନେ, ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟର ରେଳ ସାଂସ୍କୃତିକ ପ୍ରତିଯୋଗିତାରେ, ପୂର୍ବ ତଟ ରେଳବାଇ ଅଧୀନରେ ପ୍ରତିନିଧିତ୍ୱ କରିବେ l