ମାନରଞ୍ଜନ ପ୍ରଧାନଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ; ୩୮ ୟୁନିଟ ରକ୍ତ ସଂଗ୍ରହ
ସାକ୍ଷୀଗୋପାଳ--- ମାନରଞ୍ଜନ ପ୍ରଧାନଙ୍କ ଏକାଦଶାହରେ ତାଙ୍କ ଗ୍ରାମ ମୂଳଅଳସା ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ସେବା ଟ୍ରଷ୍ଟ ଓ ମୂଳଅଳସା ଗ୍ରାମର ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା । ମୋଟ ୩୮ ଜଣ ଯୁବକ ମହିଳା ରକ୍ତଦାନ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟିର ଡାକ୍ତର ବିନାୟକ ପୁଷ୍ଟଙ୍କ ନେତ୍ୱତ୍ୃରେ ରକ୍ତ ସଂଗ୍ରହ କାର୍ଯ୍ୟ କରାଯାଇଥିଲା । କାର୍ଯ୍ୟକ୍ରମଟି ବିଦ୍ୟାଳୟ ପରିସରରେ ଥବା ପଞ୍ଚସଖାଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଅତିଥି ଭାବେ ବଦ୍ରି ନାରାୟଣ ମିଶ୍ର, ଭ୍ରମରବର ସ୍ୱାଇଁ, ମୂଳଅଳସା ଗ୍ରାମର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପ୍ରଧାନ, ବିଜୟ ପରିଡା, ନବଘନ ଶତପଥି, ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟବାଦୀ ସେବା ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୪---୮,୧୦ Sakhigopal News , 27/12/2024