Breaking News

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀ



ଭଂଜନଗର - ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଭଂଜନଗର ଓକିଲ ସଂଘର ସହଯୋଗରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୨ଶହରୁ ଉର୍ଦ୍ଧ୍ବ ଆଇନଜୀବୀ ଯୋଗ ଦେଇଥିଲେ । ପ୍ରଥମ ଦିନରେ ପ୍ରଥମ ଅଧିବେଶନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ମାନସ ରଂଜନ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ହାଇକୋର୍ଟର ମାନ୍ୟବର ବିଚାରପତି ଭି. ନରସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଂଜନଗର ବିଧାନସଭା ପ୍ରଦ୍ୟୁମ୍ନ କୁମାର ନାୟକ, ରାଜ୍ୟ ସମ୍ପାଦକ ଅନିଲ୍ ପରିଡା , ଭଂଜନଗର ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବହୁ ବରିଷ୍ଠ ଆଇନଜୀବି ମାନେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କିଛି ବରିଷ୍ଠ ଆଇନଜୀବି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ସମ୍ମିଳନୀ ରେ ଜଷ୍ଟିସ ବିଶ୍ୱନାଥ ରଥ ଯୋଗ ଦେଲେ, ଆଇନଜୀବୀଙ୍କ ଦାୟିତ୍ବ ଓ ନ୍ୟାୟପାଳିକା ବ୍ୟବସ୍ଥା ସଂକ୍ରାନ୍ତରେ ମତ ରଖିଥିଲେ । ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪----୯,୪୫ Sakhigopal News,31/12/2024

Blog Archive

Popular Posts