ପଣ୍ଡିତ ଶ୍ରୀଧର ରଥଙ୍କ ସ୍ମରଣୀୟ ଦିବସ ପାଳନ
ଭଞ୍ଜନଗର-- ବୁଧବାର ଦିନ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ସମାଜ ସଂସ୍କାରକ ପଣ୍ଡିତ ଶ୍ରୀଧର ରଥଙ୍କୁ ତାଙ୍କର ତିରୋଧାନ ଦିବସରେ ଡିଏଭି ଭଞ୍ଜନଗର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହାନ ଦିବ୍ୟାତ୍ମା ପଣ୍ଡିତ ଶ୍ରୀଧର ରଥଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପଣ୍ଡିତ ଶ୍ରୀଧର ରଥ ନାମରେ ନାମିତ ଏହି ଡିଏଭି ବିଦ୍ୟାଳୟଟି ଭଞ୍ଜନଗର ମାଟିରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିଆସିଅଛି । ପଣ୍ଡିତ ଶ୍ରୀଧର ରଥଙ୍କ ଶ୍ରାଦ୍ଧ ଦିବସରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହାନ ଦିବ୍ୟାତ୍ମାଙ୍କ ଅବଦାନକୁ ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟ ପକ୍ଷରୁ ବୈଦିକ ଯଜ୍ଞ ଆୟୋଜନ କରାଯାଇଥିଲା।ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ଏହି ବୈଦିକ ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସଦସ୍ୟ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୨/୨୦୨୪---୯,୫୫ Sakhigopal News,27/12/2024