ବିଦ୍ୟୁତ ସର୍ଟସକିଟ ଯୋଗୁଁ ଘର ଜଳିଗଲା
ସାକ୍ଷୀଗୋପାଳ,---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତର ବଡତୋଟା ଗ୍ରାମ ର ପ୍ରଫୁଲ୍ଲ କାଣ୍ଢିଙ୍କ ଘରେ ନିଆଁ ଲାଗି ଘରର ସବୁ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି। ବିଦ୍ୟୁତ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଫ୍ରିଜ,ଟିଭି,ଫ୍ୟାନ ରୋଷେଇ ଘରର ସମସ୍ତ ସାମଗ୍ରୀ ପୋଡିଯାଇଛି।ଗ୍ରାମବାସୀ ଓ ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ୨ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୪----୮,୫୫ Sakhigopal News,23/12/2024