ଭେଡେନ ସୂର୍ଯ୍ୟମଣୀ ଜନତା ହାଇସ୍କୁଲଠାରେ ସୁପର୍ ସିକ୍ସ୍ସିଟି ସାଇନିଙ୍ଗ ଷ୍ଟାର୍ ଶିବିର ଅନୁଷ୍ଠିତ
ବରଗଡ଼ ---- ବରଗଡ଼ ଜିଲ୍ଲା ଭେଡେନଠାରେ ଥିବା ସୂର୍ଯ୍ୟମଣୀ ଜନତା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସୁପର ସିକ୍ସିଟି ସାଇନିଂ ଷ୍ଟାର୍ ଶିବିର ଉଦ୍ଘାଟିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଇଓ ଡ଼କ୍ଟର ସୁରେନ୍ଦ୍ର ସାହୁ ଓ ସ୍ଵତନ୍ତ୍ର ଅତିଥି ରୂପେ ସମ୍ବଲପୁର ନିଉଟନ୍ କଲେଜର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡ.ତେଜରlଜ ପାତ୍ର, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ ମିଶ୍ର, ଅଧ୍ୟାପକ ୟୋଗାନନ୍ଦ ପ୍ରଧାନ, ଅଧ୍ୟାପକ ସୁଧାଂଶୁ ଦାସ, ବ୍ଲକ ବିଜ୍ଞାନ ସଂଯୋଜକ ସଞ୍ଜୀବ କୁମାର ପ୍ରଧାନ ଛାତ୍ର ଛାତ୍ରୀମାନଙ୍କୁ ଆସନ୍ତା ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିବା ସହିତ ଭେଡେନ ବ୍ଲକ୍ ର ସୁନାମକୁ ଉର୍ଦ୍ଧ୍ବରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଏଡିଇଓ ଜ୍ୟୋତିକlନ୍ତ ସାହୁ ପରିଦର୍ଶନରେ ଆସି ଛାତ୍ରଛାତ୍ରୀ ମାନଙ୍କ ମନୋବଳ ବୃଦ୍ଧି କରିଥିଲେ l ଉକ୍ତ ଶିବିରରେ ଭେଡେନ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରାୟ ଷାଠିଏ ଜଣ ଛାତ୍ରଛାତ୍ରୀଙ୍କୁ ଷୋହଳ ଜଣ ସାଧନ କର୍ମୀ ଉନ୍ନତ ମାନର ଶିକ୍ଷାଦାନ କରି ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧନ କରିଥିଲେ l ଶିବିରର ଆୟୋଜନ ନିଉଟନ୍ କଲେଜର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡ.ତେଜରାଜ ପାତ୍ର କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ ନାୟକ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାର୍ଥୀ ହେବାର ମାର୍ଗ ଦର୍ଶନ ଦେଇଥିଲେ l କାର୍ଯ୍ୟକ୍ରମକୁ କୁବେଡେଗl ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶିବିରକୁ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ଆଦିତ୍ୟ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୨୫/୧୨/୨୦୨୪---୬,୩୫ Sakhigopal News,25/12/2024