Breaking News

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ



ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ କାସାର ୩.୦ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷ  ଶ୍ରୀ ବିଶ୍ଵନାଥ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ଅତିଥି ଭାବରେ ସତ୍ୟବାଦୀ ତହସିଲଦାର  ସନ୍ତୋଷ ପାଣିଗ୍ରାହୀ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀମତି ଲିପ୍ସା ରାୟ ଯୋଗ ଦେଇଥିଲେ।
 ନିମନ୍ତ୍ରିତ  ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ଅନେକ ଶୃଙ୍ଖଳିତ ଗୁଣବତା ସହିତ ଜୀବନର ମହତ୍ତ୍ବ ପ୍ରତିପାଦନ କରାଇଥିଲେ। ସେହିପରି  ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଶ୍ବିରୀ ପଣ୍ଡା କହିଥିଲେ ବିକାଶ ହିଁ ଉତ୍ତମ ଶିକ୍ଷାର ଲକ୍ଷ୍ୟ । ଯେଉଁଠି ଶିକ୍ଷାର ଉନ୍ନତି ହୋଇଛି ସେ ଦେଶ ସେତେ ଆଗରେ ରହିଛି ବୋଲି ମତ ପ୍ରକାଶ କରିଥଲେ।
କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ଉତ୍ସବ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା  | ପରିଚାଳିକା ଭାବରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନସ୍ମିତା ବେହେରା ପରିଚାଳନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଦ୍ବାରା ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇଥିଲା  । ଏହି ଅବସରରେ ସମ୍ମାନିତ ଅତିଥିମାନଙ୍କ ଦ୍ବାରା  ବିଭିନ୍ନ କ୍ଷେତ୍ରରେ ମନୋନିତ ଛାତ୍ରଛାତ୍ରୀ ମାନଙ୍କୁ ମାନପ‌ତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।  ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶେଷ ହେବା ପରେ  ଅତିଥିଗଣଙ୍କୁ ସମ୍ମାନ ପୂର୍ବକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ନର୍ମଦା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସମେତ ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୪----୮,୫୫ Sakhigopal News,23/12/2024

Blog Archive

Popular Posts