ଚାଷୀ ମୃତ୍ୟୁର ୨୪ ଘଣ୍ଟା ପରେବି ପ୍ରଶାସନର ଦେଖାନାହିଁ ; ପୂର୍ବତନ ବିଧାୟକ ମୃତ ଚାଷୀ ପରିବାରକୁ ଭେଟି ସମବେଦନା ଜଣାଇଲେ
ସାକ୍ଷୀଗୋପାଳ, ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଡୁଙ୍ଗର ଗ୍ରାମର ଚାଷୀ ମାଗା ଦଳେଇଙ୍କର ଉଜୁଡା ପାଚିଲା ଧାନ ଫସଲ ଦେଖି ହୃଦ ଘାତରେ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପ୍ରସ।।ରିତ ହେବା ପରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ଅପରାହ୍ନରେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ସତ୍ôୟାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ଆତ୍ମାର ଅଧ୍ୟକ୍ଷ ମହମ୍ମଦ ଝିକିରିଆଙ୍କ ସହିତ ବୀରରାମଚନ୍ଦ୍ରପୁର ପଞ୍ଚାୟତର ସମିତିସଭ୍ୟ କିଶୋର ଭୋଇ , ଦୁଗଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ ପ୍ରମୁଖ ମୃତ ବରଣ କରିଥିବା ଚାଷୀ ପରିବାର ଲୋକଙ୍କୁ ଭେଟିସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗଇଦେଇଥିଲେ । ଯେଉଁ ସରକାର ଚାଷୀ ପାଇଁ ଚିନ୍ତା କରୁଥିବା କହୁଥିବା ବେଳେ ସେହି ସରକାରଙ୍କ କର୍ମଚାରୀ ବା ପ୍ରଶାସନ ପକ୍ଷରୁ ଜଣେ ହେଲେ ଅଧିକାରୀ ମୃତ୍ୟୁ ବରଣ କରିଥିବା ଚାଷୀ ପରିବାରଙ୍କୁ ଭେଟି ସମବେଦନା ଜଣାଇ ନାହାନ୍ତି, ଏହା ଠାରୁ ଆଉ ଦୁଖଃର କଥା କ’ଣ ଅଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ଏଠାରୁ ଗଲାପରେ ବିଜେଡି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ କରାଇବା ସହ କ୍ଷତି ପୁରଣ ତୁରନ୍ତ ଦେବାର ବ୍ୟବସ୍ଥା କରିବେ ବୋଲି ଶ୍ରୀ ସମାନ୍ତରାୟ କହିଛନ୍ତି । ତୁରନ୍ତ ମୃତ୍ୟୁ ଚାଷୀ ପରିବାରକୁ କ୍ଷତିପୁରଣ ଦେବାକୁ ସତ୍ୟବାଦୀ ବିଜେଡି ଦଳ ପକ୍ଷରୁ ଦାବି ହେଉଛି । ସୁଚନାଯୋଗ୍ୟ ଯେ ଲଘୁଚାପ ଜନିତ ବର୍ଷାରେ ମୃତ୍ୟୁ ବରଣ କରିଥିବା ମାଗା ନିଜ ବିଲ ଦେଖିବାକୁ ଯାଇଥିଲା । ପାଚିଲା ଧାନ ବିଲରେ ପାଣି ଲହଡି ମାରୁ୍ଥବା ଦେଖି ସେ ମନ ଦୁଖଃରେ ଘରକୁ ଫେରୁଥିବା ବାଟରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୪---୭,୫୫ Sakhigopal News, 24/12/2024